ଇଣ୍ଡୋନେସିଆ ସେନାରୁ ହଟିଲା ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟା

Top Storise ଦେଶ- ବିଦେଶ

ଜାକର୍ତା: ବିଭିନ୍ନ ମହଲରେ ବିରୋଧ ହେବା ପରେ ଶେଷରେ ଇଣ୍ଡୋନେସିଆ ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟାକୁ ହଟେଇ ଦେଇଛି । ଇଣ୍ଡୋନେସିଆ ସେନାରେ ମହିଳାମାନେ ଯୋଗ ଦେବା ପୂର୍ବରୁ ସେମାନଙ୍କ କୁମାରୀତ୍ୱ ପରୀକ୍ଷା କରାଯାଉଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ବୋଲି ସେନାମୁଖ୍ୟ ଏଣ୍ଡିକା ପରକେସା ସ୍ପଷ୍ଟ କରିଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ବିରୋଧ ହେବା ପରେ ହ୍ୟୁମାନ ରାଇଟ ୱାଚରେ ଏହାକୁ ତଦନ୍ତ କରାଯାଇଥିଲା ।

ଏହା ଦ୍ୱାରା ମହିଳାଙ୍କ ସମ୍ମାନ ହାନି ହେବା ସହ ବ୍ୟକ୍ତିଗତ କଥା ପଦାରେ ପଡୁଥିଲା ବୋଲି ସେମାନେ ରିପୋର୍ଟ ଦେଇଥିଲେ । ଶେଷରେ ସରକାର ଏବଂ ସେନା ଏଥିନେଇ ରାଜି ହୋଇଥିଲେ । ତେବେ ନୌସେନାରେ କୁମାରୀତ୍ମ ପରୀକ୍ଷା ନ କରାଯାଇ ଗର୍ଭପରୀକ୍ଷା କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *