ବିହାରରେ ୩ ଆତଙ୍କବାଦୀ: କରୁଛନ୍ତି ଆକ୍ରମଣର ବଡ଼ ଯୋଜନା

ଦେଶ

ବିହାରରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ । ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ଆକ୍ସନ ମୋଡ଼ରେ ରହିଛନ୍ତି।

ଏହି ତିନି ଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ସମସ୍ତେ ପାକିସ୍ତାନୀ । ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା । ଆଦିଲ ହୁସେନ ଉସମାନ୍ ଉବାହଲପୁରର ବାସିନ୍ଦା । ସେହିପରି ମହମ୍ମଦ ଉସମାନ୍ ବାହାବଲପୁରର ବାସିନ୍ଦା । ଏହି ତିନି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଜଡିତ ।

ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ତିନି ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ବିହାରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ମୁଖ୍ୟାଳୟ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି ।

ଅନ୍ୟପଟେ ଏହି ୩ ଜଣ ଆତଙ୍କବାଦୀ ଅଗଷ୍ଟ ଦ୍ବିତୀୟ ସପ୍ତାହରେ କାଠମାଣ୍ଡୁରେ ପହଂଚିଥିଲେ । ଏହାପରେ ବିହାରକୁ ଯାଇଥିଲେ । ଏଠାକୁ ଯାଇ ରେକି କରିବା ପରେ ଦେଶର ବିଭିନ୍ନ ଭାଗରେ ଅଘଟଣ ଘଟାଇବା ପାଇଁ ପ୍ଲାନିଂ କରୁଥିବା ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *