ଇତିହାସ ରଚିଲା ଇସ୍ରୋ, ବାହୁବଳୀ ରକେଟ୍‌ରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତର ବହୁପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ବାହାରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ୍ ସେଣ୍ଟରୁ ୨ଟା ୨୫ ମିନିଟ୍‌ରେ ଲଞ୍ଚ ହୋଇଥିଲା। ଚନ୍ଦ୍ରରେ ପହଞ୍ଚିବା ପରେ ଋଷ, ଆମେରିକା, ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିବ। ଚନ୍ଦ୍ରରେ ଲ୍ୟାଣ୍ଡ କରିବାକୁ ଥିବା ଲ୍ୟାଣ୍ଡର ବିକ୍ରମ୍ ଇସ୍ରୋର ବାହୁବଳି ରକେଟ୍ ଜିଏସ୍‌ଏଲ୍‌ଭି ଏମକେ-୩ ରେ ଅନ୍ତରିକ୍ଷକୁ ଯାଇଛି ।

ଚନ୍ଦ୍ରଯାନ-୩ କୁ ପୃଥିବୀରୁ ଯାଇ ଚନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରାୟ ୪୦ ଦିନ ସମୟ ଲାଗିବ । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ । ଏହା ଚନ୍ଦ୍ରରେ ଗୋଟିଏ ଲୁନାର ଦିନ କାର୍ଯ୍ୟ କରିବ । ପୃଥିବୀରେ ଏହା ପ୍ରାୟ ୧୪ ଦିନ ସହିତ ସମାନ ।

ଚନ୍ଦ୍ରଯାନ-୩ରେ ତନୋଟି ମୁଖ୍ୟ ପାର୍ଟ ରହିଛି । ଏକ ଲ୍ୟାଣ୍ଡର, ରୋଭର ଏବଂ ପ୍ରୋପଲେସନ ମଡେଲ ରହିଛି । ଯଦି ଦକ୍ଷିଣ ପୋଲରେ ଲ୍ୟାଣ୍ଡରର ଅବତରଣ କରେ, ତେବେ ଭାରତ ପୃଥିବୀର ପ୍ରଥମ ଦେଶ ହେବ ଯାହା ଦକ୍ଷିଣ ପୋଲରେ ପହଞ୍ଚିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ ।

ବର୍ତ୍ତମାନ ଇସ୍ରୋର ବୈଜ୍ଞାନିକମାନେ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ୍ ସେଣ୍ଟରୁ ଚନ୍ଦ୍ରଯାନ-୩ ର ପ୍ରତି ମୁହୂର୍ତ୍ତର ରଖିବେ।

Leave a Reply

Your email address will not be published. Required fields are marked *