ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟଙ୍କ କଳା ଟଙ୍କା ବୃଦ୍ଧି ହେବା କଥା ସତ ନୁହେଁ’: ଅର୍ଥ ମନ୍ତ୍ରଣାଳୟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ବାସିନ୍ଦାଙ୍କ ଅଘୋଷିତ ଆୟ ବୃଦ୍ଧି ହେବାର କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ନାହିଁ ଏବଂ ଏ କଥା ସତ ନୁହେଁ ବୋଲି କହିଛନ୍ତି ସରକାର। ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତି ପ୍ରଦାନ କରିଛି।

ସରକାର ସ୍ୱିସ୍ କର୍ତ୍ତୃପକ୍ଷଙ୍କୁ ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ସହିତ ପ୍ରଯୁଜ୍ୟ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶନିବାର କହିଛି।

ରିପୋର୍ଟରେ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ୨୦୨୦ ଶେଷରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟଙ୍କ ଜମା ପାଣ୍ଠି ୨୦,୭୦୦ କୋଟିରୁ ଅଧିକ ରହିଛି। ଯାହା ୨୦୧୯ ଶେଷରେ ୬,୬୨୫ କୋଟିର ୨୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ମଧ୍ୟ କୁହାଯାଇଛି ଯେ ଏହା ୧୩ ବର୍ଷ ମଧ୍ୟରେ ଜମାର ସର୍ବୋଚ୍ଚ ରାଶି।

“ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ରିପୋର୍ଟ ହୋଇଥିବା ଅର୍ଥରାଶି (SNB) କୁ ରିପୋର୍ଟ କରିଥିବା ସରକାରୀ ଆକଳନ ଏବଂ ସ୍ବିଜର୍‌ଲାଣ୍ଡ ଭାରତୀୟଙ୍କ ଦ୍ବାରା କଳା ଟଙ୍କା ପରିମାଣ ସୂଚିତ କରେ ନାହିଁ।

ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ପ୍ରତିବର୍ଷ ନାଗରିକଙ୍କ ଆର୍ଥିକ ଆକାଉଣ୍ଟ ବିଷୟରେ ସୂଚନା ପ୍ରଦାନ କରିଥାନ୍ତି। ଏବଂ ସ୍ୱିସ୍ ବ୍ୟାଙ୍କଗୁଡିକରେ କଳା ଟଙ୍କା ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ ବୋଲି କେନ୍ଦ୍ର କହିଛି।

ମନ୍ତ୍ରଣାଳୟ କହିଛି ଯେ ସ୍ୱିସ୍ ଏବଂ ଭାରତୀୟ ବ୍ୟାଙ୍କ ମଧ୍ୟରେ ଆନ୍ତଃବ୍ୟାଙ୍କ କାରବାରର ବୃଦ୍ଧି, ଭାରତରେ ସ୍ୱିସ୍ କମ୍ପାନୀର ଏକ ସହାୟକ କମ୍ପାନୀ ପାଇଁ ପୁଞ୍ଜି ବୃଦ୍ଧି ଏହାର କାରଣ ହୋଇପାରେ।

Leave a Reply

Your email address will not be published. Required fields are marked *