ଟ୍ରକ ଧକ୍କାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା ଜାରି

Top Storise ରାଜ୍ୟ

ଭଦ୍ରକ:  ଭଦ୍ରକ ବାସୁଦେବପୁର କଲେଜ ଛକରେ ଅଘଟଣ । ଆଇଟିଆଇ ଛାତ୍ରଙ୍କ ଉପରେ ଚଢିଗଲ ଟ୍ରକ ଚଢିଯିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ବିନାୟକ ପୁର ଗାଁର ସୁକା ସାହୁଙ୍କ ପୁଅ ରିଙ୍କୁ କୁମାର ସାହୁ ବୋଲି ଜଣାପଡ଼ିଛି। ରିଙ୍କୁ ଆଜି ଏକ ବାଇକରେ ଆସୁଥିବା ସମୟରେ ତାଙ୍କ ବାଇକକୁ ପଛପଟୁ ଟ୍ରକ ଧକ୍କା ଦେଇଥିଲା। ଫଳରେ ରିଙ୍କୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଖବର ପାଇ ବାସୁଦେବପୁର ଅଞ୍ଚଳବାସୀ,ଆଇଟିଆଇ ଛାତ୍ର ଓ କଂଗ୍ରେସ , ବିଜେପି ଦଳର କର୍ମୀମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲୋ ଧାମରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ବାରମ୍ବାର ଦୁର୍ଘଟଣା ହେଉଛି ବୋଲି ଗାଁ ଲୋକ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *