It's True: Alcohol Helps You Speak a Foreign Language Better

ମଦ ପିଇଲେ ଶିଖିବେ ଇଂରାଜୀ : ରିସର୍ଚ୍ଚ

Top Storise

କୁହାଯାଏ ମଦ୍ୟପାନ କଲେ ଜଲଦି ଯମରାଜଙ୍କ ଦ୍ୱାରସ୍ଥ ହେଇଯାଆନ୍ତି। ଆଉ ଏଥିପାଇଁ ଯମଦୂତ ଭାବେ କିଡନୀ ସମସ୍ୟା, ଲିଭର ସମସ୍ୟାରୁ ନେଇ ହାର୍ଟ ଆଟାକ୍ ପର୍ଯ୍ୟନ୍ତ ଉଭା ହୋଇଥାନ୍ତି। କିନ୍ତୁ ଆଜି ଆମେ ଏପରି କିଛି କଥା ତଥା ତଥ୍ୟ ରଖିବୁ ଯାହା ଆପଣଙ୍କୁ ବାଧ୍ୟ କରିବ ଚିନ୍ତା କରିବା ପାଇଁ। ତାହା ହେଉଛି ମଦ ଲାଭଦାୟକ। ଏକ ନୂଆ ରିସର୍ଚ୍ଚ ମାଧ୍ୟମରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିକୁ ମଦ ନିଶା ଚଢ଼ିଯାଏ, ତା’ହେଲେ ସେ ଅନ୍ୟ ଭାଷାରେ କିମ୍ବା ବିଦେଶୀ ଭାଷାରେ କହିବା ଆରମ୍ଭ କରିଥାଏ । ତାକୁ ସେହି ଭାଷା ବିଷୟରେ ଅଳ୍ପ ଜ୍ଞାନ ଥିଲେ ବି କିଛି ଫରକ୍ ପଡ଼ିନଥାଏ । ଯଦି ଭାରତ କଥା କୁହଯାଏ ତେବେ ଏହା ଇଂରାଜୀ ଭାଷା ହୋଇପାରେ। ଅର୍ଥାତ୍ ଯେଉଁମାନେ ନିଜ ମାତୃଭାଷା ହିନ୍ଦୀ କୁହନ୍ତି, ଯଦି ସେମାନେ ମଦ୍ୟପାନ କରନ୍ତି ତେବେ ନିଶା ଚଢ଼ିବା ପରେ ସେମାନେ ଭଲ ଇଂରାଜୀ କହିବା ଆରମ୍ଭ କରନ୍ତି। ଏହି ଅଧ୍ୟୟନ ସାଇକୋଫାରମାକୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ, ମାଷ୍ଟ୍ରିଚ୍ ୟୁନିଭରସିଟି ଏବଂ କିଙ୍ଗ୍ କଲେଜ୍ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବରେ କରାଯାଇଛି । ଅଧ୍ୟୟନରେ ଏହା ଜଣାପଡିଛି ଯେ, ମଦ ପିଇବା ପରେ ଦ୍ୱିତୀୟ ଭାଷାରେ ଦ୍ୱିତୀୟ ଭାଷାର ସ୍କିଲ୍ ବା ଦକ୍ଷତା ବଢ଼ିଯାଏ ଏବଂ ସେମାନେ ମଦପିଇବା ପରେ ସେହି ଭାଷାକୁ ଅର୍ନଗଳ କହିବା ଆରମ୍ଭ କରନ୍ତି ।

ମଦ୍ୟପାନ ବଢ଼ାଇଥାଏ ଆତ୍ମବିଶ୍ୱାସ :-

ସାଇନ୍ସଡେଲିରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆମେ ଜାଣୁ ଯେ ଇଂରାଜୀ କିମ୍ବା ବିଦେଶୀ ଭାଷା କହିବା ପାଇଁ ବୌଦ୍ଧିକ ଦକ୍ଷତା ବିଷୟରେ ସଚେତନ ହେବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଆମେ ଭାବି ପାରିବା ଯେ ମଦ୍ୟପାନ ପିଇବା ଦ୍ୱାରା ତାହା ବୌଦ୍ଧିକ ଦକ୍ଷତାକୁ ବିଗାଡ଼ିଦିଏ, କିନ୍ତୁ ଅଧ୍ୟୟନରେ ବିପରୀତ ରେଜଲ୍ଟ ମିଳିଛି । ଅଧ୍ୟୟନରୁ ଜଣାପଡିଛି ଯେ, ମଦ୍ୟପାନ ଆତ୍ମବିଶ୍ୱାସକୁ ବହୁଗୁଣିତ ବଢ଼ାଇଥାଏ । ଏହା ସହିତ ଅନେକ ଲୋକଙ୍କୁ ଦେଖିବା ପରେ ସେମାନେ ବିଚଳିତ ହୁଅନ୍ତି ନାହିଁ । ଏହି ଦୁଇଟିର ପ୍ରଭାବ ହେତୁ ଯେତେବେଳେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥାଏ, ସେତେବେଳେ ଅନ୍ୟ ଭାଷା କହିବାର କ୍ଷମତା ମଧ୍ୟ ବଢିଯାଏ । ଏହି ପରିସ୍ଥିତି ପରେ, ଯେତେବେଳେ ମଦ୍ୟପାନର ନିଶା ଭାଙ୍ଗିଯାଏ, ସେତେବେଳେ ବ୍ୟକ୍ତି ଅନୁଭବ କରେ ଯେ ତାଙ୍କର ଦ୍ୱିତୀୟ ଭାଷା ବହୁତ ଉନ୍ନତ ହୋଇଛି ଏବଂ ବର୍ତ୍ତମାନ ସେ ଏହି ଭାଷାରେ ଭଲ ଭାବରେ କହିପାରିବେ ।

ଅନୁସନ୍ଧାନକାରୀମାନେ ଏହାକୁ ନେଦରଲ୍ୟାଣ୍ଡର କିଛି ଜର୍ମାନ ମାତୃଭାଷା ଲୋକଙ୍କ ଉପରେ ପରୀକ୍ଷା କରିଥିଲେ । ଏଥିପାଇଁ ସେ ଏହି ଲୋକଙ୍କୁ ଅଳ୍ପ ପରିମାଣରେ ମଦ୍ୟପାନ କରାଇଥିଲେ । ଏହି ଲୋକମାନେ ଡଚ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ସମସ୍ତେ ଜର୍ମାନ ଭାଷାରେ କଥା ହୋଇଥିଲେ ଏବଂ ନିକଟରେ ଡଚ୍ ଶିଖୁଥିଲେ । ସେମାନଙ୍କ ସହିତ କିଛି ଡଚ୍ ଲୋକଙ୍କୁ ବସାଇଦିଆଯାଇଥିଲା, ଯେଉଁମାନେ ମଦ ପିଇନଥିଲେ । ବର୍ତ୍ତମାନ ଏହି ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା । ଅନୁସନ୍ଧାନକାରୀମାନେ ସମସ୍ତଙ୍କ ମଧ୍ୟରେ କଥାବାର୍ତ୍ତା ରେକର୍ଡ କରିଥିଲେ । ଯେତେବେଳେ କଥାବାର୍ତ୍ତା ହେଲା, ସେବେ ଡଚ୍ ଶିଖୁଥିବା ଜର୍ମାନୀ ଲୋକମାନେ ଡଚ୍ ଭାଷାରେ କଥା ହେବାକୁ ଆରମ୍ଭ କରିଥିଲେ । ନିଜ ନିଜର ଡଚ୍ ଭାଷା ଶୁଶି ଜର୍ମାନୀ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *