ଜଗତ ଜନନୀଙ୍କ ବିଜୟା ଦଶମୀ

ରାଜ୍ୟ

ବାଲେଶ୍ବର : ଆଜି ହେଉଛି ମା’ ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା’ ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ ବିସର୍ଜନ କରାଯାଏ।

ସେପଟେ ବାଲେଶ୍ବରରେ ମେଲାଣି ବେଳେ ସିନ୍ଦୂର ଖେଳ ଏକ ବଙ୍ଗୀୟ ପରମ୍ପରାର ନିଆରା ଖେଳ। ଆଜିକୁ ପାଖାପାଖି ୪୦୦ ବର୍ଷ ପୂର୍ବରୁ ଏହି ପରମ୍ପରା ରହିଆସୁଛି। କୁହଯାଏ, ବଙ୍ଗାଳୀ ହିନ୍ଦୁ ବିବାହିତା ମହିଳାଙ୍କ ଦ୍ଵାରା ଏହି ନିଆରା ଖେଳ ପାଳନ କରାଯାଏ। ବିଜୟା ଦଶମୀରେ ମା’ଙ୍କ ଦଶମୀ ପୂଜା ସମ୍ପନ୍ନ ପରେ ସିନ୍ଦୁର ଖେଳର ରୀତିନୀତି ଆରମ୍ଭ ହୋଇଥାଏ।

ମହିଳା ମାନେ ସାଧାରଣତଃ ପାରମ୍ପାରିକ ଭାବେ ଧଳା ଓ ନାଲି ରଙ୍ଗର ଶାଢ଼ି ପରିଧାନ କରି ଦେବୀ ଦୁର୍ଗାଙ୍କୁ ଆଳତୀ କରନ୍ତି, ପରେ ମା’ଙ୍କ କପାଳ ଓ ପାଦରେ ସିନ୍ଦୁର ଲଗାନ୍ତି। ସେହି ସିନ୍ଦୁର କୁ ପରସ୍ପର ମୁଣ୍ଡରେ ଲଗାଇ ଉତ୍ସବ ପାଳନ କରନ୍ତି। ପରିବାରର ଶୁଭଫଳ କାମନା ସହ ଆସନ୍ତା ବର୍ଷ ମା’ଙ୍କୁ ନିମନ୍ତ୍ରଣ କରନ୍ତି ।

Leave a Reply

Your email address will not be published. Required fields are marked *