ଜଗତପୁର: ନକଲି ସାମଗ୍ରୀର ପଣ୍ଠସ୍ଥଳୀ ପାଲଟିଛି ଜଗତପୁର ଅଞ୍ଚଳ ।କଟକ ଜଗତପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଜବତ କରାଯାଇଛି । ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷ ହେବ ଜଗତପୁରରେ ନକଲି ମସଲା କାରଖାନା ଚାଲିଥିଲା ।
ଏହି ନକଲି ସାମଗ୍ରୀ ସବୁ ଭଲ ଜରୀରେ ପ୍ୟାକିଂ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲଣ କରାଯାଉଥିଲା ।ପରେ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । କାରଖାନା ମାଲିକଙ୍କୁ ପଚରା ଉଚରା ଜାରି ରଖିଛି ପୋଲିସ ।

