ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ

Top Storise ଦେଶ- ବିଦେଶ

ଜୟପୁର : ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ମାମଲାର ରାୟ ପ୍ରାକାଶ ପାଇଛି । ଜଜ ପ୍ରଦୀପ କୁମାର ସାସମଲ ରାୟର ଶୁଣାଣି କରିଛନ୍ତି। ବିଂସିପୁର ଅଞ୍ଚଳର ଅଭିଯୁକ୍ତ ସୁମନ ବାଘକୁ ୩ ଟି ଦଫାରେ ଦଣ୍ଡିତ କରାଯିବା ସହ ୨୦ ବର୍ଷ ଜେଲ ଦଣ୍ଡ ସହ ୨୫ ବହଜାର ଟଙ୍କା ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ।

ଅର୍ଥ ଅନାଦେୟ ହେଲେ ଅଧିକା ୧୫ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ କହିଛନ୍ତି। ମାମଲାମାମଲା ବିବରଣୀରୁ ପ୍ରକାଶ ଯେ ବିଂସିପୁର ଅଞ୍ଚଳର ଜଣେ ନାବାଳିକା କଲେଜ ଯାଉଥିବା ବେଳେ ଉକ୍ତ ଅଭିଯୁକ୍ତ ନାବାଳିକାକୁ ୩୦.୦୭.୨୦୧୫ ରେ ଅପହରଣ କରିନେଇଥିଲା ।ଏନେଇ ନାବାଳିକାର ପରିବାର ତରଫରୁ ୦୧.୦୮.୨୦୧୫ ରେ ବିଂସିପୁର ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ୧୦.୦୯.୨୦୧୫ ରେ ଚିତ୍ରକୋଣ୍ଡା ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସୁଧିର ତ୍ରୀପାଠି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *