ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସର ଚଢ଼ାଉ

Top Storise ଅପରାଧ ରାଜ୍ୟ

କୋରାପୁଟ: ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି। ଏଥିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ। ୩ଜଣଙ୍କଠାରୁ ୧୦୨କେଜି ଗଞ୍ଜେଇ, ହୁଣ୍ଡାଇ କାର ଏମପି ୬୬ସି୩୯୯୭, ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସ ସୂଚନା ଅନୁଯାୟୀ, ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। କୋରାପୁଟ ଜିଲ୍ଲା ଲମତାପୁଟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ କାରରେ ଧରି ମଧ୍ୟପ୍ରଦେଶ ଚାଲାଣ ହେଉଥବବାବେଳେ ସଦର ପୋଲିସ ଏକ ଟିମ ପାତ୍ରପୁଟ ବ୍ରିଜ ନିକଟରେ ଚଢ଼ାଉ ପାଇଁ ଅପେକ୍ଷା କରିଥିଲା। କାରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ପିଛା କରି ବାମୁଣି ଗାଁ ନିକଟରେ ଚଢ଼ାଉ କରିଥିଲା ଓ କାର ଯାଞ୍ଚ କରିଥିଲା।

ଗିରଫ ଅଭିଯୁକ୍ତମାନେ ମଧ୍ୟପ୍ରଦେଶର ରାଜୀବ କୁସବାହା, ମହମ୍ମଦ ଅନିଶ, କୋରାପୁଟ ଜିଲ୍ଲ ମାଛକୁଣ୍ଡ ସୁଶାନ୍ତ ମାତମ ବୋଲି ଜଣାପଡ଼ିଛି। ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *