କଏଦୀଙ୍କୁ ସ୍ୱାବଲମ୍ବୀ କରିବାକୁ ଯାଜପୁର ଜେଲ କର୍ତ୍ତୃପକ୍ଷଙ୍କ ନିଆରା ପ୍ରୟାସ

Top Storise ରାଜ୍ୟ

ଯାଜପୁର: ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ଜେଲ ପକ୍ଷରୁ ପ୍ରସ୍ତୁତ ହୋଇ ବିକ୍ରି ହେଉଛି ଭଳିକି ଭଳି ଡ଼ଙ୍ଗା। ଯାଜପୁର ଜେଲରେ ଥିବା କଏଦୀମାନଙ୍କୁ ନେଇ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ।

ଜେଲରେ ଥିବା କଏଦୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଜେଲ କର୍ତ୍ତୃପକ୍ଷ ଅନ୍ତେବାସୀମାନଙ୍କୁ ଭଳିକି ଭଳି ରଙ୍ଗୀନ ଡ଼ଙ୍ଗା ପ୍ରସ୍ତୁତି ନେଇ ତାଲିମ ପ୍ରଦାନ କରାଯାଇଛି। ତାଲିମରେ ଉଭୟ ମହିଳା ଓ ପୁରୁଷ ଅନ୍ତେବାସୀ ଅଂଶଗ୍ରହଣ କରିଛନ୍ତି। ସୁନ୍ଦର ସୁନ୍ଦର ରଙ୍ଗୀନ ଡ଼ଙ୍ଗା ପ୍ରସ୍ତୁତ କରୁଛନ୍ତି।

ଏହାକୁ ବିକ୍ରି ମଧ୍ୟ କରାଯାଉଛି। କଏଦୀମାନଙ୍କ ହାତ ତିଆରି ଡ଼ଙ୍ଗାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ଜେଲରେ ଥିବା ଅନ୍ତେବାସୀମାନେ ନାନା ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି। ତେଣୁ ତାଙ୍କୁ କିଛି କିଛି କାମରେ ଲଗାଇବା ସହ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରାଯାଉଛି। ଜେଲ କର୍ତ୍ତୃପକ୍ଷଙ୍କ ଏହିଭଳି ଉଦ୍ୟମ ସବୁ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *