ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଏହାର ପୁନରୁଦ୍ଧାର ପାଇଁ ଇଲଣ୍ଡର କାରଲକ୍ କ୍ୟାପିଟାଲ ଓ ୟୁଏଇର ଉଦ୍ୟୋଗପତି ମୁରାରୀଲାଲ ଜଲାନଙ୍କ କନସୋର୍ଟିୟମ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବକୁ ଏନସିଏଲଟି ମଞ୍ଜୁରି ଦେବା ସହ ଜେଟ୍ ଏୟାରଓ୍ଵେଜକୁ ଉଡାଣର ସମୟ ସାରଣୀ ଦେବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଓ ବିମାନ ଚଳାଚଳ ମନ୍ତ୍ରାଳୟକୁ ୯୦ ଦିନ ସମୟ ଦେଇଛି।

ଜେଟ ଏୟାରଓ୍ଵେଜ ପାଖରେ ୭୦୦ରୁ ଅଧିକ ଟାଇମ୍ ସ୍ଲଟ ଓ ୧୨୦ରୁ ଅଧିକ ବିମାନ ଉଡ଼ାଣ କରୁଥିଲେ। ତେବେ ଏହା ଯେଉଁ ଯେଉଁ ରୁଟରେ ଉଡ଼ାଣ କରୁଥିଲା ସେହି ରୁଟଗୁଡ଼ିକ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସୂତ୍ର ଅନୁସାରେ କିଛି ଗୁରୁତ୍ଵପୂର୍ଣ୍ଣ ଓ ଐତିହାସିକ ରୁଟ୍ ସମ୍ପର୍କରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରିନାହିଁ। ଏପ୍ରିଲ ୧୯ରେ ଜେଟ୍ ଏୟାରଓ୍ଵେଜ ନିଜକୁ ଦେବାଳିଆ ଘୋଷଣା କରିବା ସହ ଉଡ଼ାଣ ବନ୍ଦ କରିଥିଲା। ଏହାକୁ ଦେବାଳିଆ ଘୋଷଣା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲିଥିବା ବେଳେ ଗତ ଅକ୍ଟୋବର ୨୦୨୦ରେ ଜେଟ୍ଏୟାରଓ୍ଵେଜର ଋଣଦାତା କମିଟି ଦ୍ଵାରା କାର୍ଲକ ଓ ମୁରାରୀଲାଲ ଜଲାନଙ୍କ ପୁନରୁଦ୍ଧାର ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। କାର୍ଲକ-ଜଲାନ କନସୋର୍ଟିୟମ ସମସ୍ତ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଂ ଅନୁଷ୍ଠାନର ଋଣ ସମେତ କର୍ମଚାରୀଙ୍କ ବକେୟା ପ୍ରଦାନ କରି ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରିବ ବୋଲି ପ୍ରସ୍ତାବ ଦେଇଥିଲା।

Leave a Reply

Your email address will not be published. Required fields are marked *