ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡ଼ା ବିଜେପି ପାର୍ଥି, ପଦ୍ମ ଫୁଟିବ ବୋଲି ବଢିଲା ଆଶା

Top Storise ରାଜନୀତି ରାଜ୍ୟ

ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେପି ଆଜି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ମୈଦାନକୁ ଓହ୍ଲାଇଛି।

ଜଣେ ଶୃଙ୍ଖଳିତ ସମର୍ପିତ କାର୍ଯ୍ୟକର୍ତ୍ତା, କୁଶଳ ରଣନୀତିଜ୍ଞ, ଉତ୍ତମ ପ୍ରବନ୍ଧକ, ମେଳାପି ଏବଂ ପରୋପକାରୀ, ଉତ୍କୃଷ୍ଟ ସଂଗଠନକର୍ତ୍ତା, ନୂଆ କୌଶଳ ଏବଂ ନବବିଚାରର ଅଦ୍ୱିତୀୟ ବ୍ୟକ୍ତିତ୍ୱ ଭାବରେ ଶ୍ରୀ ତ୍ରିପାଠୀ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।

ଜଳ, ଜଙ୍ଗଲ, ଜମି ତଥା ପାହାଡରେ ପରିପୂର୍ଣ୍ଣ ଓଡ଼ିଶାର ଆଦବାସୀ ବହୁଳ ଅଞ୍ଚଳ ସୁନ୍ଦରଗଡ ଜିଲ୍ଲାରେ ହିନ୍ଦୁ ପରିବାରରେ ଜନ୍ମିତ ଶ୍ରୀ ତ୍ରିପାଠୀ ନିଜର ପୈତୃକ ଗାଁରେ ପ୍ରାଥମିକ ଶିକ୍ଷା ଏବଂ ଜିଲ୍ଲା ମୁଖ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଯୁବ ବୟସରୁ ହିଁ ନିଜର କୁଶଳ ସାଂଗଠନିକ କ୍ଷମତା ତଥା ଦେଶ ସେବାର ଭାବନାରେ ପ୍ରେରିତ ହୋଇ ଅଖିଳ ଭାରତୀୟ ପରିଷଦରେ ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ଭାବେ ସେ ଓଡ଼ିଶାରେ ମରୁଡ଼ି ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କୁ ସାହାଯ୍ୟ କରିଥିଲେ ।

ତାଙ୍କର ଏହି ସେବା ମନୋବୃତ୍ତି ମାଧ୍ୟମରେ ସେ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ । ତାଙ୍କର ଏହି ପ୍ରତିଭାକୁ ଚିହ୍ନି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପି ତାଙ୍କୁ ସଂଗଠନାତ୍ମକ କାର୍ଯ୍ୟ ଭାର ଦେଇଥିଲା । ଏହା ପରେ ସେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଓଡ଼ିଶା ରାଜ୍ୟର ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରିଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସମ୍ପାଦକ ଭାବେ ସକ୍ରିୟତାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ପାର୍ଟିର ବିଚାରଧାରା ଏବଂ ରାଷ୍ର୍୍ ନିର୍ମାଣରେ ସମର୍ପିତ ଶ୍ରୀ ତ୍ରିପାଠୀ ଶୃଙ୍ଖଳିତ, ସୃଜନଶୀଳ ଓ ଭାବନାତ୍ମକ ରୂପରେ ମେଳାପି ତଥା ଜନପ୍ରିୟ ସ୍ୱଭାବର । ଶ୍ରୀ ତ୍ରିପାଠୀ ସୋସିଆଲ ମିଡିଆ, ବ୍ରାଣ୍ଡ୍ ଇମେଜ୍ ନିର୍ମାଣ, ସମୟ ପରିଚାଳନା, କାର୍ଯ୍ୟକ୍ରମ ସଂଯୋଜନା, ପର୍ଯ୍ୟବେକ୍ଷଣ, ନେତୃତ୍ୱ ଏବଂ କମ୍ୟୁନିକେସନ ସ୍କିଲରେ ଦକ୍ଷ ଅଟନ୍ତି । ପରିଶ୍ରମୀ ସହ ସ୍ମାର୍ଟ ଓ୍ୱାର୍କକୁ ପ୍ରାଥମିକତା ଦେଇ ଶ୍ରୀ ତ୍ରିପାଠୀ ସୋସିଆଲ ଇଞ୍ଜିନିୟରିଂ କ୍ଷେତ୍ରରେ ମଧ୍ୟ ଅଭିନବ ଉପାୟର ପ୍ରୟୋଗ କରିଛନ୍ତି ।

ଓଡ଼ିଶା ରାଜ୍ୟର ପଶ୍ଚିମାଞ୍ଚଳ ବିଶେଷ ଭାବରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନିଜର କର୍ମକ୍ଷେତ୍ର କରିଥିବା ଶ୍ରୀ ତ୍ରିପାଠୀ ଲୋକଙ୍କ ମଧ୍ୟରେ ପାର୍ଟିର ବିଚାରଧାରାକୁ ଆଗକୁ ବଢାଇବା ତଥା ସଂଗଠନକୁ ମଜଭୂତ୍ କରିବା ସହ ଏକାନ୍ତ ନିଷ୍ଠାରେ ଜନସେବା କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ରୋଜଗାର ମେଳା ନାମରେ ରାଜ୍ୟର ଯୁବବର୍ଗଙ୍କୁ ଆକାଂକ୍ଷାକୁ ଯେତେବେଳେ ପୂରଣ କରାଗଲା ନାହିଁ, ସେତେବେଳେ ଶ୍ରୀ ତ୍ରିପାଠୀ ଯୁବ ସମୂହଙ୍କ ସ୍ୱର ହୋଇ ଏହା ପ୍ରତିବାଦରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିଥିଲେ । ରାଜ୍ୟର ସବୁ ଜିଲ୍ଲାରେ ନିଯୁକ୍ତି କାର୍ଯ୍ୟାଳୟ ଘେରାଓ କରିଥିଲେ । ସେ ତତ୍କାଳୀନ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ 45 ହଜାରରୁ ଅଧିକ ଯୁବକଙ୍କୁ ନେଇ ସମ୍ମିଳନୀ କରିଥିଲେ ଏବଂ ସେଠାରେ ମାନନୀୟ ଅମିତ ଶାହ ସମ୍ବୋଧିତ ମଧ୍ୟ କରିଥିଲେ । ରାଜ୍ୟର ବିଗିଡିଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ସେ ଅନେକ ବଡ ଆନ୍ଦୋଳନ କରିଛନ୍ତି ।

ଶ୍ରୀ ତ୍ରିପାଠୀ ନିଜର ଆନ୍ଦୋଳନାତ୍ମକ ବ୍ୟକ୍ତିତ୍ୱ ସହ ଯୁବାବସ୍ଥା(ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ)ରୁ ଜନସେବା କାର୍ଯ୍ୟ କରି ଆସୁଛନ୍ତି । ସେ ରାଜ୍ୟରେ ଅନେକ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି । କୋଭିଡ୍-19 ସମୟରେ ମାସ୍କ ବିତରଣ ସହ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ, ଅକ୍ସିଜେନ୍ ସିଲିଣ୍ଡର ତଥା ଔଷଧ ପ୍ରଦାନ କରି ରାଜ୍ୟବାସୀଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ଏଥିପାଇଁ ସେ ଅନେକ ସାମାଜିକ ସଂଗଠନ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ରାଜ୍ୟରେ ସିଏଏ ଜନଜାଗରଣ ସୃଷ୍ଟି କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଭାରତ ସରକାରଙ୍କ ସହ ହସ୍ତକ୍ଷେପ ମାଧ୍ୟମରେ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ପୋଷ୍ଟ ଅଫିସକୁ ଐତିହ୍ୟ ପୋଷ୍ଟ ଅଫିସର ମାନ୍ୟତା ଦେବା ଭଳି କାର୍ଯ୍ୟ କରାଇଥିଲେ ।

ପାର୍ଟିର ସଦସ୍ୟ ତଥା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷିତ କରାଇବାରେ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି । ସଂଗଠନ ସ୍ତରରେ ସର୍ବୋତ୍ତମ ପ୍ରଥାକୁ ପ୍ରୋତ୍ସାହିତ କରିବା ପାଇଁ ସେ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଅନେକ ପ୍ରଶିକ୍ଷଣ ଶିବିରରେ ସକ୍ରିୟ ସହଯୋଗୀ ହୋଇଛନ୍ତି । ଶ୍ରୀ ତ୍ରିପାଠୀ ନିଜର ମେଳାପୀ ସ୍ୱଭାବ, ଅନୁଭବୀ, ଜନପ୍ରିୟ ବ୍ୟକ୍ତିତ୍ୱ, ସଂଗଠନ କ୍ଷମତା, ନୂଆ ବିଚାର ଓ ଦୂରଦର୍ଶିତା ଭଳି ସ୍ୱଭାବ ବଳରେ ପାର୍ଟି ତଥା ସଂଗଠନକୁ ନିଜର ସକ୍ରିୟ ଭାବରେ ସେବା ପ୍ରଦାନ କରୁଥିବେ, ଏହା ନିଃସନ୍ଦେହ ।

Leave a Reply

Your email address will not be published. Required fields are marked *