ରାଜଧାନୀରେ କମିଲା ପେଟ୍ରୋଲ, ଡିଜେଲ ଦର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଖସିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ଟଙ୍କା ରହିଥିବା ବେଳେ ଡିଜେଲ ପିଛା ୮୯.୦୭ କୁ ହ୍ରାସ ପାଇଛି।

ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୦ ପଇସା ହ୍ରାସ ପାଇଛି। ଏକ ମାସ ମଧ୍ୟରେ ପେଟ୍ରୋଲ ହାରରେ ପ୍ରଥମ ହ୍ରାସ ଘଟିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୬୬ ଟଙ୍କାକୁ ହ୍ରାସ ପାଇଛି। ଯାହା ପୂର୍ବର ମୂଲ୍ୟ ତୁଳନାରେ ୧୭ ପଇସାକୁ ହ୍ରାସ ପାଇଛି।

ମେ ମାସ ଠାରୁ ଅନ୍ତର୍ଜାତୀୟ ତୈଳ ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଥିବାରୁ ଏହି ହ୍ରାସ ଘଟିଛି। ଡିଜେଲରେ ମୂଲ୍ୟ ହ୍ରାସ ଅଗଷ୍ଟ ୧୮ ପର ଠାରୁ ଚତୁର୍ଥ ଥର ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *