କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ହଟାଇଲା ଇନଷ୍ଟାଗ୍ରାମ

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଇନଷ୍ଟାଗ୍ରାମ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏହାକୁ ସେ ଏକ “ଛୋଟ ଫ୍ଲୁ” ବୋଲି କହିଥିଲେ।

ଏହାପୂର୍ବରୁ ଶନିବାର ଦିନ କଙ୍ଗନା ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଭୂତାଣୁ ସଂକ୍ରମିତ ହୋଇଥିବା କହିବା ସହିତ ଏହାକୁ ଏକ “ସ୍ମଲ୍‌ ଟାଇମ୍‌ ଫ୍ଲୁ”ବୋଲି କହିଥିଲେ। ସମଗ୍ର ବିଶ୍ବ କରୋନାର ଦ୍ବିତୀୟ ତରଙ୍ଗ ସହ ଲଢୁଥିବା ବେଳେ କଙ୍ଗନାଙ୍କ ଏଭଳି ପୋଷ୍ଟ ଇଣ୍ଟରନେଟ୍‌ ବ୍ୟବହାରକରୀଙ୍କୁ ବ୍ୟଥୀତ କରିଥିଲା।

ତାଙ୍କ ସମ୍ବେଦନଶୀଳତା ତଥା ଭୁଲ ତଥ୍ୟ ବିସ୍ତାର କରିଥିବାରୁ  ତାଙ୍କୁ ଦୃଢ ସମାଲୋଚନା କରାଯାଇଥିଲା।

ଗତ ସପ୍ତାହରେ, ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ କରିଥିଲା।

Leave a Reply

Your email address will not be published. Required fields are marked *