ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ପୁନର୍ବାର ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । କଙ୍ଗନା ଧାକଡ ଫିଲ୍ମର ଶୁଟିଂ ପାଇଁ ୧୦ କିମ୍ବା ୧୨ ଜୁନରେ ହଙ୍ଗେରୀ ଯିବେ । ବୁଡାପେଷ୍ଟରେ ୩୦ରୁ ୩୫ ଦିନ ଏହାର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟ କରାଯିବ ବୋଲି ନିର୍ଦ୍ଦେଶକ ଦୀପକ ମୁକୁଟ କହିଛନ୍ତି ।
ଏହାର ଆକ୍ସନ ସିନ୍ ପାଇଁ ଦକ୍ଷିଣ କୋରିଆର ଜଣେ ପ୍ରତିଷ୍ଠିତ ଆକ୍ସନ ଡାଇରେକ୍ଟରଙ୍କୁ ନିଆଯାଇଛି । କଙ୍ଗନା ଭାରତୀୟ ସ୍ପାଇ ଏବଂ ଅର୍ଜୁନ ରାମପାଲ ପାକିସ୍ତାନ ଆଇଏସଆଇ ଏଜେଂଟ ରୋଲ କରୁଛନ୍ତି । ଆକ୍ସନ ପାଇଁ କଙ୍ଗନା ୨ ମାସ କଡା ପ୍ରଶିକ୍ଷଣ ନେଇଛନ୍ତି ।