କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି ଗତ ୧୦ ଦିନ ହେବ ଆମ ପରିବାର କଷ୍ଟ ଭୋଗୁଛୁ। ପ୍ରଥମେ ମୋ ଶାଶୁ ଓ ଶ୍ବଶୁର କୋଭିଡ ସଂକ୍ରମିତ ହୋଇଥିଲେ। ପରେ ଝିଅ ସମିଶା, ପୁଅ ଭିଆନ, ମୋ ମା ଏବଂ ଶେଷରେ ରାଜ ବି ପଜିଟିଭ୍ ହୋଇଥିଲେ।

ସେମାନେ ସମସ୍ତେ ନିଜ ନିଜ କୋଠରୀରେ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *