କରୋନା କଟକଣା ମଧ୍ୟରେ ମା’ ଙ୍କୁ ମେଲାଣି

ରାଜ୍ୟ

ଭଦ୍ରକ : ସରିଛି ଦଶହରା ବିଦାୟ ନେଉଛନ୍ତି ମହାମାୟା । ଭଦ୍ରକ ସହର ସନ୍ଥିଆ ନୀଳକଣ୍ଠପୁରରେ ୫ ଦିନ ଧରି ଚାଲୁଥିବା ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମା’ ଙ୍କୁ ମେଲାଣି ଦିଆଯାଇଛି। ସହରରେ ଭସାଣି ଉତ୍ସବ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାଙ୍କୁ ବିସର୍ଜନ ଦିଆଯିବା ପରେ ଆଜି ବଙ୍ଗୀୟ ପରମ୍ପରା ଅନୁଯାୟୀ ମହିଳା ମାନେ ମା ଙ୍କୁ ବନ୍ଦାପନା କରିବା ପରେ ସିନ୍ଦୁର ଖେଳ ହୋଇଥିଲା।

ଖେଳ ସରିବା ପରେ ଆରମ୍ଭ ହୋଇଥିଲା ଭସାଣ ଉତ୍ସବ । ଜିଲ୍ଲା ପ୍ରଶାସନର କୋଭିଡ ଗାଇଡ ଲାଇନ ଅନୁସାରେ କେବଳ ଘଣ୍ଟ,ଝାଞ୍ଜ,ମୃଦଙ୍ଗ ଆଦି ବଜାଇ ମାଙ୍କୁ ମଣ୍ଡପରୁ ନେଇ ସାଳନ୍ଦୀ ନଦୀ ଘାଟରେ ମେଲାଣି ଦିଆଯାଇଛିା ଦୁଇ ବର୍ଷ ହେବ ମହାମାରୀ କରୋନା ଯୋଗୁଁ ଭଦ୍ରକରେ ମା’ ଙ୍କ ପୂଜା ପୁରା ଫିକା ପଡ଼ିଯାଇଛିା

Leave a Reply

Your email address will not be published. Required fields are marked *