ଖୁବ୍‌ ଶୀଘ୍ର ଆସୁଛି କେବିସି ସିଜିନ ୧୩; ମେ ୧୦ରୁ ପଞ୍ଜୀକରଣ ଆରମ୍ଭ

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଯେଉଁ ସମୟରେ ଦେଶ କରୋନାଭାଇରସ୍ ଦ୍ବିତୀୟ ତରଙ୍ଗ ଦେଇ ଗତି କରୁଛି, ସେହି ସମୟରେ ବିଗ୍‌ ବିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ଏକ ନୂଆ ସିଜିନ ସହ କୌନ ବନେଗା କରୋଡ୍‌ପତି ମଞ୍ଚକୁ ଫେରୁଛନ୍ତି ଅମିତାଭ ବଚ୍ଚନ। ଏ ନେଇ ଅମିତାଭ ନିଜେ ଘୋଷଣା କରିଛନ୍ତି।

ଅମିତାଭ ବଚ୍ଚନ ଖୁବ୍ ଶୀଘ୍ର କୌନ ବନେଗା କରୋଡ୍‌ପତି ସିଜିନ ୧୩ ସହ ପରଦାରେ ନଜର ଆସିବାକୁ ଯାଉଛନ୍ତି। ସୋନି ଟିଭି ବୁଧବାର ଘୋଷଣା କରିଛି ଯେ କେବିସି ୧୩ ପାଇଁ ପଞ୍ଜୀକରଣ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ।

ପଞ୍ଜୀକରଣ ପାଇଁ ଲୋକଙ୍କୁ ଆହ୍ବାନ ଦେଇ ଅମିତାଭ ବଚ୍ଚନ ୨୦ ସେକେଣ୍ଡର ଏକ ଭିଡିଓ ସେୟାର୍‌ କରିଛନ୍ତି। କିପରି ଚେଷ୍ଟା କରି ସ୍ୱପ୍ନ ଏବଂ ବାସ୍ତବତା ମଧ୍ୟରେ ଦୂରତା ପୂରଣ କରିପାରିବେ ସେ ବିଷୟରେ ଆଲୋଚନା କହିଛନ୍ତି ଅମିତାଭ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ହଟ୍‌ ସିଟ୍‌ରେ ଲୋକଙ୍କୁ ଅପେକ୍ଷା କରିଛନ୍ତି ଏବଂ ସେମାନେ ମଧ୍ୟ ଏହି ସୋ ପାଇଁ ପ୍ରସ୍ତୁତ ହେବା ଉଚିତ୍।

Leave a Reply

Your email address will not be published. Required fields are marked *