ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ। ୧୪ ମାସ ଜେଲ୍‌ରେ ରହିବା ପରେ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସୋମବାର ସନ୍ଧ୍ୟାରେ ସେ ବାହାରକୁ ବାହାରିଛନ୍ତି।

ନିର୍ଯାତନା ମାମଲାରେ ଜାମିନ ମିଳିବା ପରେ ଚୋରାଚାଲାଣ, ଆତଙ୍କବାଦ ତଥା ଜନ ଅସନ୍ତୋଷ ଅଭିଯୋଗରେ ଗତ ବର୍ଷ ଅକ୍ଟୋବରରେ କମିଶନରେଟ ପୋଲିସ ଦ୍ବାରା ରାଜା ଆଚାର୍ଯ୍ୟଙ୍କୁ ଏନଏସଏ ଅଧୀନରେ ବୁକ୍ କରାଯାଇଥିଲା।

ବିଭିନ୍ନ ପୋଲିସ ଷ୍ଟେସନରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ୪୦ ରୁ ଅଧିକ ମାମଲା ବିଚାରାଧୀନ ଅଛି। ନଭେମ୍ବର ୧୩, ୨୦୧୯ ରେ, ମାଲଗୋଡାଉନ୍ ପୋଲିସ ୨୦୦୪ ରେ ପଞ୍ଜୀକୃତ ହତ୍ୟା ମାମଲାରେ ତାଙ୍କୁ ଗିରଫ କରିଥିଲା।

୧୩ ଏପ୍ରିଲ, ୨୦୦୮ ରେ ଭୁବନେଶ୍ୱରରେ ଜୁଡୋ କୋଚ୍ ବିରଞ୍ଚି ଦାସଙ୍କ ହତ୍ୟା ମାମଲାରେ ଆଚାର୍ଯ୍ୟ ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ଏବଂ ସେହି ବର୍ଷ ମେ ୨୮ ରେ ଗୋଆରୁ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *