କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସ

Top Storise ରାଜ୍ୟ

ପୁରୀ: କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ । ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଛି। ଏହି କୁନମୁନ ସୁଆର, ହରି ପଣ୍ଡା ଓ ଟୁଟୁ ମହାପାତ୍ର।ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।

ମୃତ କୃଷ୍ଣ ପ୍ରତିହାରୀ କୁନମୁନକୁ ୧୫ ବର୍ଷ ତଳେ ହାଣିଥିଲା, ଯେଉଁଥିପାଇଁ ଏବେ ବି କୁନମୁନ ଦେହରେ କ୍ଷତ ଚିହ୍ନ ରହିଛି। ହାତ ବି ବଙ୍କା ରହିଛି। କୁନମୁନର ଏକ ଚୁଲା ବି ଶ୍ରୀମନ୍ଦିର ଭିତରେ ଅଛି । ଏହାକୁ ନେଇ ସର୍ବଦା କୃଷ୍ଣ ପ୍ରତିହାରୀ ଓ କୁନମୁନ କଳି ଝଗଡା ଲାଗୁଥିଲେ। କୃଷ୍ଣ ପ୍ରତିହାରୀ ଜୋର ଜବରଦସ୍ତ କୁନମୁନର ରୋଷ ଚୁଲାକୁ ନିଜ ଦଖଲରେ ରଖିଥିଲା।

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗତକାଲି ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *