ବିଧାନସଭା ଓ ପାର୍ଟି ଅଫିସରେ ବିଷ୍ଣୁ ସେଠୀଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳୀ: ସାମ୍ନାକୁ ଆସିଲା ବିଷ୍ଣୁଙ୍କ ଶେଷ କବିତା

Top Storise ରାଜ୍ୟ

ଭୁବନେଶ୍ୱର:  ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ଦାୟିତ୍ୱ ନେଇଥିଲେ ବିଷ୍ଣୁ ସେଠୀ ।

ବିଜେପିର ଜଣେ ଟାଣୁଆ ନେତା ତଥା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ସେ ବେଶ ପରିଚିତ ଥିଲେ । ହସ୍ପିଟାଲରୁ ତାଙ୍କ ମରଶରୀର ବାହାରିବା ପରେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ଅନେକ ବିଧାୟକ ତାଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ସେଠାରୁ ବାହାରିବା ପରେ ବିଷ୍ଣୁ ସେଠୀଙ୍କ ମରଶରୀରକୁ ବିଜେପି ପାର୍ଟି ଅଫିସ୍ ନିଆଯାଇଥିଲା । ସେଠାରେ ଦଳର କର୍ମକର୍ତା ଓ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ ।

ବିଷ୍ଣୁଙ୍କର ଶେଷ କବିତା । ଦେହ ଅସୁସ୍ଥ ହୋଇ ହସ୍ପିଟାଲକୁ ଯିବା ପୂର୍ବରୁ ତାଙ୍କର ସେହି ନିଆରା ଅନ୍ଦାଜରେ ଏକ କବିତା ଆବୃତି କରିଥିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ । ଆଉ ତାପରେ କେବେ ବି ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା କି ସାକ୍ଷାତକାର ଦେଇ ନଥିଲେ ବିଷ୍ଣୁ ସେଠୀ ।

Leave a Reply

Your email address will not be published. Required fields are marked *