ବିଧାନ ପରିଷଦ ଗଠନ ପ୍ରସଙ୍ଗ : କେନ୍ଦ୍ରକୁ ୨ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

Top Storise ରାଜ୍ୟ

ଭୁବନେଶ୍ୱର :ବିଧାନ ପରିଷଦ ସଙ୍କଳ୍ପ ପ୍ରସଙ୍ଗ । କେନ୍ଦ୍ରକୁ ୨ ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଚିଠିରେ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ ଦେଇଛି । ସେକଥା ବାଚସ୍ପତି ଲେଖିବେ । ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ କେନ୍ଦ୍ର କହିବା ପରେ ରାଜନୀତି ମହଲରେ କମ୍ପନ ସୃଷ୍ଟି ହୋଥିଲା ।

ବିଜେଡି ସାଂସଦ ପସନ୍ନ ଆଚାର୍ଯ୍ୟଙ୍କ ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ଦେଇଥିବା ଉତ୍ତର ବାଚସ୍ପତିଙ୍କୁ ଚକ୍କିତ କରିଥିଲା ।୨୦୧୫ ମସିହା ଠାରୁ ବିଧାନ ପରିଷଦ ଗଠନ ପାଇଁ ଚେଷ୍ଟା ଆରମ୍ଭ ହୋଇଛି ।ପର୍ଯ୍ୟାୟକ୍ରମେ କମିଟି ଗଠନ ଓ ବୈଠକ ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ କେନ୍ଦ୍ରକୁ ଚିଠି ପଠାଯାଇଥିଲା ।ଏହା ପରେ କେନ୍ଦ୍ର ଆଇନ ମନ୍ତ୍ରୀ ଚିଠି ନପାଇବା ଘଟଣା ସମସ୍ତଙ୍କୁ ତାଜୁବ କରିଛି ।ପୁଣି କେନ୍ଦ୍ରକୁ ଚିଠି ଲେଖି ସମସ୍ତ ବିଷୟରେ ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *