ପ୍ରତିଭା ସାହୁଙ୍କ କବିତା ସଙ୍କଳନ ଚିତ୍ରିତ ଆୟୁଷ ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟର ସଭାଗୃହରେ କବୀ ପ୍ରତିଭା ସାହୁଙ୍କର କବିତା ସଙ୍କଳନ ଚିତ୍ରିତ ଆୟୁଷ କବୀ ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ସୁରଜନ ପାତ୍ରଙ୍କ ସଂଯୋଜନାରେ ଏବଂ ପ୍ରକାଶକ ରାଜ କିଶୋର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଏବଂ ଦେବାଶିଷ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। କବୀ ଶ୍ରୀମତୀ ସାହୁଙ୍କର କବିତା ଉତ୍ତର ଆଧୁନିକ ଯୁଗରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କବୀ ସୁପ୍ରିୟା ପଣ୍ଡାଙ୍କର ସଂଯୋଜନାରେ ବରିଷ୍ଠ କବି ଦୂର୍ଗା ଚରଣ ଷଡ଼ଙ୍ଗୀ, ସ୍ୱର୍ଣ୍ଣଲତା ମହାପାତ୍ର, ସୁଜାତା ଗିରି, ଚମକ ଚାନ୍ଦିନୀ ଦାଶ, ସିପୁନ ଜେନା, ସୁରଞ୍ଜନ ପାତ୍ର ପ୍ରମୁଖ ପ୍ରମୁଖ ଉନ୍ମୋଚିତ କବିତା ପୁସ୍ତକରୁ କବିତା ପାଠ କରିଥିଲେ। ଶେଷରେ ବରିଷ୍ଟ କବି ଦୁର୍ଗା ଚରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ତଥା ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *