ଲିଙ୍ଗରାଜ ପି.ଏଚ୍ ହେବ ଷ୍ଟେସନ, ଭୁବନେଶ୍ୱର ଷ୍ଟେସନର ହେବ ନବୀକରଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ସ୍ୱୀକୃତି

Top Storise ରାଜ୍ୟ

ଭୁବନେଶ୍ୱର : କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରେ ଦୁଇଟି ପ୍ରକଳ୍ପ ପାଇଁ ସାଂସଦ ଅପରାଜିତା କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିବେଦନ କରିଥିଲେ ।ତାହା ଆଜି ସଫଳ ରୂପାୟନ ହୋଇଛି ।

ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା । ଭୁବନେଶ୍ୱର ରେଳ ଷ୍ଟେସନ ନବିକରଣ ହେବ ବୋଲି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱୀକୃତି ଦେଇଛନ୍ତି ।ଏହି ସବୁ କାମ ଗୁିଡକ ଖୁବ୍ ଶୀଘ୍ର ହେବ ବୋଲି  ରେଳମନ୍ତ୍ରୀ କହିଛନ୍ତି ।ଏନେଇ ସାସଂଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *