ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

Top Storise ରାଜ୍ୟ

ଯାଜପୁର : ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟର ବ୍ୟବସ୍ଥା କରାଯାଇଛି। ମାଙ୍କୁ ସକାଳୁ ବୈତରଣୀ ଜଳ ରେ ସ୍ନାନ କରିବା ପରେ ଷୋଡଶ ଉପଚାର ରେ ପୂଜା ଅନୁଷ୍ଠିତ ହେବ। ଏଥିସହ ଆଜି ରାତିରେ ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଆଜି ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଘଟଣ ପାଇଁ ସାଧା ପୋଷାକ ଧାରୀ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *