ଆସନ୍ତାକାଲି କଟକ ଆସିବେ ମମତା ବାନାର୍ଜୀ, ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ

Top Storise ଦେଶ- ବିଦେଶ ରାଜ୍ୟ

କୋଲକାତା: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାକାଲି କଟକ ଗସ୍ତ କରିବେ ବୋଲି ଆଜି ସେ କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲ ପରିଦର୍ଶନ ସମୟରେ ମମତା ବାନାର୍ଜୀ ଆହତ ପୀଡ଼ିତାଙ୍କୁ ଭେଟି ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସିବିଆଇ ତଦନ୍ତରେ ସନ୍ତୋଷଜନକ ଫଳ ମିଳୁନଥିବା କହି ପୂର୍ବ ମାମଲାଗୁଡ଼ିକର ଉଦାହରଣ ଦେଇଛନ୍ତି। ଯାହା ସିବିଆଇର କାର୍ଯ୍ୟଦକ୍ଷତା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅଜ୍ଞାତ ଶବ ଚିହ୍ନଟକୁ ପ୍ରାଥମିକତା ଦେବା ଉପରେ ବାନାର୍ଜୀ ଗୁରୁତ୍ୱାରୋପ କରିଛନ୍ତି, କାରଣ ଏଯାଏ ପ୍ରାୟ ୧୨୦ ମୃତଦେହ ଅଛି ଯାହାର ଦାବିଦାର ନାହିଁ। ଏଭଳି ସମୟରେ ପ୍ରଭାବିତ ପରିବାରକୁ ସହାୟତା କରିବା ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଏହି ଦୁଃଖଦ ଘଟଣା ପଛର ସତ୍ୟତାକୁ ଉନ୍ମୋଚନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇ ବାନାର୍ଜୀ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗକୁ ୭୬ଟି ମୃତଦେହ ଅଣାଯାଇଥିବା ବେଳେ ୨୦୬ ଜଣ ବ୍ୟକ୍ତି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ କେତେକ ଆହତଙ୍କ ଗମ୍ଭୀରତା ଉପରେ ଆଲୋକପାତ କରି ଉଲ୍ଲେଖ କରିଛନ୍ତି ଯେ ଜଣେ ବଞ୍ଚିଥିବା ବ୍ୟକ୍ତି ହାତ ହରାଇଛନ୍ତି ଏବଂ ଅନ୍ୟ ଜଣେ ଗୋଡ ସମସ୍ୟାର ମୁକାବିଲା କରୁଛନ୍ତି। ତେଣୁ କ୍ଷତିଗ୍ରସ୍ତ ବ୍ୟକ୍ତି ଏବଂ ମୃତକଙ୍କ ପରିବାରକୁ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ବାହାନାଗା ବଜାର ଷ୍ଟେସନ୍ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆହୁରି ଅନେକ ଆହତ ହୋଇଥିବାରୁ ଏହାକୁ ଗତ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ଭାବେ ବିବେଚନା କରାଯାଉଛି।

ରେଳବାଇ ପକ୍ଷରୁ ଡ୍ରାଇଭରଙ୍କ ତ୍ରୁଟିକୁ ଅସ୍ୱୀକାର କରାୟାଇଥିବା ବେଳେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଲଓ୍ବେ ବୋର୍ଡ। ତେବେ ଏଭଳି ତଦନ୍ତର ଫଳପ୍ରଦତାକୁ ନେଇ ମମତା ବାନାର୍ଜୀଙ୍କ ସନ୍ଦେହ ତଦନ୍ତର ସମ୍ଭାବ୍ୟ ଫଳାଫଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *