ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମମତା, ୨୨ ନେତାଙ୍କୁ ଲେଖିଲେ ଚିଠି

Top Storise ଦେଶ- ବିଦେଶ ରାଜନୀତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଗଠନ କରିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୫ ଜୁନ୍ରେ ଦିଲ୍ଲୀରେ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ଏବଂ ନେତାଙ୍କ ସହ ଏକ ବୈଠକରେ ଭାଗନେବେ । ଏଥିପାଇଁ ମମତା ୨୨ ନେତାଙ୍କୁ ଚିଠି ଲେଖିଛନ୍ତି ।

ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସାମିଲ ଅଛନ୍ତି । ମମତା ବାନାର୍ଜୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

ଏହାପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼, ପ୍ରଫେଟ ମହମ୍ମଦଙ୍କ ବିରୋଧରେ କହି ଭାଜପାରୁ ନିଲମ୍ବିତ ହୋଇଥିବା ଦୁଇ ନେତାଙ୍କ ଟିପ୍ପଣୀକୁ ନେଇ ଶନିବାର ହାୱଡ଼ା ଜିଲ୍ଲାରେ ହୋଇଥିବା ହିଂସାରେ କାନୁନ ବ୍ୟବସ୍ଥାର ବିଗିଡ଼ିଥିବା ସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି ସମସ୍ୟାକୁ ନେଇ କଡ଼ା ପଦକ୍ଷେପ ନେବାକୁ କହିବା ସହ ଆଇନ ହାତକୁ ନେଇଥିବା ବିକ୍ଷୋଭକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ ।

ତେବେ ମମତାଙ୍କ ୨୨ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ୨୦୨୪ ନିର୍ବାଚନୀ ପାଇଁ ବିଜେପି ସହ ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତ କରିବା ଦିଗକୁ ସଙ୍କେତ ଦେଉଥିବାନେଇ ମଧ୍ୟ କୁହାଯାଉଛି ।

Leave a Reply

Your email address will not be published. Required fields are marked *