ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

Top Storise ରାଜ୍ୟ

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା । ମମତା ବାନାର୍ଜୀଙ୍କ ମହାପ୍ରଭୂଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରସାଶନ। ପ୍ରୋଟୋକଲ ଅନୁସାରେ ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ପୋଲିସ୍‌ ସହ ଆଲୋଚନା କରାଯାଇ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗସ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିବା କହିଛନ୍ତି ଏସପି ।ଶ୍ରୀଜିଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ପୁରୀରେ ଦ୍ବିତୀୟ ଦିନ, ଅର୍ଥାତ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତ୍ରୀଯାପନ କରିବେ ।

ଏହାପରେ ୨୩ ତାରିଖ ଗୁରୁବାର ଦିନ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ମମତା ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି ଜଣାପଡିଛି। ସାକ୍ଷାତ ପରେ ସେହିଦିନ ସନ୍ଧ୍ୟାରେ ସେ ପଶ୍ଚିମବଙ୍ଗ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *