କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ।ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆଦେବନ କରାଯାଇଥିଲା ।ଏହାର ଶୁଣାଣି ପାଇଁ ଜେଏମଏଫସି କୋର୍ଟ ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଗୋବିନ୍ଦ ସାହୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗରଫ କରିଥିଲା ।
ଗିରଫ ସମୟରେ ଗୋବିନ୍ଦ ନିଜର ସାନ ଭଉଣୀ ଘରେ ଲୁଚିଥିଲା । ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଥିଲା । ଡିଆଇଜି ଶେଷ ସାମ୍ବାଦିକ ସମ୍ମିଳନୀରେ ମମିତା ମୋବାଇଲ୍କୁ ନେଇ ଯାହା କିଛି କହିଥିଲେ ତାହା କେସ୍ ରେକର୍ଡର ଜବତ ତାଲିକାରେ ନଥିବା ଜଣାପଡ଼ିଛି । ଅନ୍ୟପଟେ ସିଧାସଳଖ କୌଣସି ପ୍ରମାଣ ପୁଲିସ ପାଖରେ ନାହିଁ । ଏଣୁ ପ୍ରମାଣ ଯୋଗାଡ଼ ଲାଗି ପୁଲିସ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା କରିବାକୁ ଚାହୁଁଥିବା କୁହାଯାଉଛି।