ମମିତା ମେହେର ହତ୍ୟା ଘଟଣା, ୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

Top Storise ରାଜ୍ୟ

କଣ୍ଟାବାଞ୍ଜି:- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଆସନ୍ତା ୧୫ରେ ହେବ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହେବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଶୁଣାଣି । ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।

କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) ଏହି ଜାମିନ ଆବେଦନର ଶୁଣାଣି କରିବେ । ପୂର୍ବରୁ ଗତ ୬ ତାରିଖରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଟିଟିଲାଗଡ଼ କି କଣ୍ଟାବାଞ୍ଜ ଏଡିଜେ କେଉଁଠି ଶୁଣାଣି କରାଯିବ, ସେନେଇ ସମସ୍ୟା ଉପୁଜିଥିଲା ।

ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟ ଜାମିନ ଖାରଜ ହୋଇଥିଲା । ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରରେ ଗୋବିନ୍ଦ ସାହୁ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଅଛନ୍ତି ।

Leave a Reply

Your email address will not be published. Required fields are marked *