ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

Top Storise ରାଜ୍ୟ

ସମ୍ବଲପୁର: ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ । ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିଥିଲେ ।  । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।

ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଗତକାଲି ଅପରାହ୍ଣ ୨ଟାରେ ମୁକେଶ ୧୦ ଲକ୍ଷ ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ ।

ମାନସୀଙ୍କ ନିର୍ଦ୍ଦେଶ ଅନୁସାରେ ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ। ମାନସୀଙ୍କୁ ଦେବା ପୂର୍ବରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ସବୁକୁ ଭିଜିଲାନସ୍ ଅଧିକାରୀମାନେ ଜବତ କରିଥିଲେ। ଏହାପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଭୁବନେଶ୍ବରରେ ଥିବା ଘରେ ଚଢ଼ଉ କରାଯାଇଛି। ଏଥିସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରାଯାଇଛି।

Leave a Reply

Your email address will not be published. Required fields are marked *