ଭଦ୍ରକ : ପ୍ରକାଶ ପାଇ ସାରିଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ହେଲେ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଭିଭାବକ ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଳି ବହୁ ସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହ ପରୀକ୍ଷା ଫଳ ବଢ଼ାଇବାକୁ ଦାବି କରିଛନ୍ତି । ଛାତ୍ରଛାତ୍ରୀ କହିଛନ୍ତି ପରୀକ୍ଷାରେ ୯୦% ମାର୍କ ରଖୁଥିବା ବେଳେ, ଦଶମ ପରୀକ୍ଷାରେ ୭୦% ମାର୍କ କିଭଳି ଆସିଲା । ଏନେଇ ସ୍କୁଲ ଶିକ୍ଷକଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଭିଭାବକ । ପୁନଃ ମୂଲ୍ୟାୟନ କିମ୍ବା ପରୀକ୍ଷା ପାଇଁ ଦାବି କରିଛନ୍ତି ଅଭିଭାବକ । ଯଦି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନକୁ ବ୍ୟାକ କରାଯିବା ସହ ବୋର୍ଡ ଅଫିସ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।