ମଙ୍କିପକ୍ସକୁ ମାତ୍‌ ଦେବାକୁ ଆସିବ ଔଷଧ! ଆରମ୍ଭ ହେଲା କ୍ଲିନିକାଲ ଟ୍ରାଏଲ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ମଙ୍କିପକ୍ସକୁ ମାତ ଦେବା ପାଇଁ ଉପଲବ୍ଧ ଥିବା ଟିକା ଅତ୍ୟନ୍ତ ସୀମିତ ଓ ଏହାର ସପ୍ଲାଏ ମଧ୍ୟ ଠିକ ଭାବେ ହୋଇପାରୁନି। ତେଣୁ ମଙ୍କିପକ୍ସକୁ ମାତ ଦେବାକୁ ବୈଜ୍ଞାନିକମାନେ ଔଷଧ ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ଭାଇରାଲ ରୋଗ ବିରୋଧରେ ଗୋଟିଏ ଔଷଧର କ୍ଲିନିକାଲ ଟ୍ରାଏଲ ମଧ୍ୟ ଆରମ୍ଭ କରାଯାଇଛି।

Tecovirimat ନାମକ ଏହି ଔଷଧ ମଙ୍କିପକ୍ସ ବିରୋଧରେ କେତେ ଫଳପ୍ରଦ ଓ କେତେ ସୁରକ୍ଷିତ, ସେକଥା ଜାଣିବା ପାଇଁ ଗବେଷକମାନେ ଉଦ୍ୟମ କରୁଛନ୍ତି। ପ୍ରାଥମିକ ଅବସ୍ଥାରେ Tecovirimat ଔଷଧକୁ ସ୍ମଲପକ୍ସ ବିରୋଧରେ ଲଢ଼େଇ କରିବାକୁ ବିକଶିତ କରାଯାଇଥିଲା। ଏଥିସହ ଭାଇରସ କେମିତି ଜଣେ ବ୍ୟକ୍ତିଙ୍କ ଶରୀରରେ ନ ବ୍ୟାପିବ ସେଥିପାଇଁ ଏହି ଔଷଧକୁ ବ୍ୟବହାର କରାଯାଉଥିଲା।

ଏହି ଡ୍ରଗ୍ସର ଲାଇସେନ୍ସ ମେଡିସିନ୍ସ ଆଣ୍ଡ ହେଲ୍ଥ ପ୍ରଡକ୍ଟସ ରେଗୁଲେଟୋରୀ ଏଜେନ୍ସି(ଏମଏଚ୍‌ଆରଏ) ପାଖରେ ରହିଛି। ସଂସ୍ଥା ଏହି ଔଷଧକୁ ପଶୁମାନଙ୍କ ଉପରେ ପରୀକ୍ଷା କରିଥିଲା। ପରୀକ୍ଷାରୁ ଭଲ ରେଜଲ୍ଟ ମିଳିବାରୁ ମଙ୍କିପକ୍ସ ବିରୋଧରେ ଏହାକୁ ବ୍ୟବହାର ପାଇଁ ଏମଏଚ୍‌ଆରଏ ଲାଇସେନ୍ସ ପ୍ରାପ୍ତ କରିଛି। ହେଲେ କ୍ଲିନିକାଲ ଟ୍ରାଏଲ ପରେ ହିଁ ଲୋକଙ୍କୁ ଏହି ଔଷଧ ମଙ୍କିପକ୍ସ ବିରୋଧରେ ଦିଅଯାଇପାରିବ।

ଏବେ ବ୍ରିଟେନ ସରକାର ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ୩.୭ ମିଲିୟନ ପାଉଣ୍ଡର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାର ପିଟର ହୋରବୀଙ୍କ ନେତୃତ୍ୱରେ କ୍ଲିନିକାଲ ଟ୍ରାଏଲ କରାଯାଉଛି। ଟ୍ରାଏଲରେ ୫୦୦ ଜଣ ଲୋକ ସାମିଲ ହେବେ। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ୧୪ ଦିନ ପାଇଁ ୬୦୦ ଏମଜିର tecovirimat ଔଷଧ ଦୈନିକ ଦୁଇଥର ଦିଆଯିବ। ସେହିପରି କିଛି ଲୋକଙ୍କୁ ପ୍ଲେସେବୋ ମଧ୍ୟ ଦିଆଯିବ। ଏହାପରେ ଏହାର ପ୍ରଭାବ ସମ୍ପର୍କରେ ଜଣାପଡ଼ିବ।

ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ ପ୍ରାୟ ୪୦ ହଜାର ମଙ୍କିପକ୍ସ ଆକ୍ରାନ୍ତ ହୋଇ ସାରିଲେଣି। ସେହିପରି ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ଭାରତରେ ଏଯାଏ ୧୦ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି

Leave a Reply

Your email address will not be published. Required fields are marked *