ହଂସିକାଙ୍କ ହାତରେ ଲାଗିଲା ମେହେନ୍ଦୀ, କାଲି ପଡ଼ିିବ ହାତଗଣ୍ଠି

Top Storise ମନୋରଞ୍ଜନ

ମୁମ୍ବାଇ: ସାଉଥର ଜଣାଶୁଣା ଅଭିନେତ୍ରୀ ହଂସିକା ମୋଟୱାନିଙ୍କ ପଡିବ ହାତଗଣ୍ଠି। ଆସନ୍ତାକାଲି ସେ ସାଜିବେ ବଧୂ। ଏହାପୂର୍ବରୁ ତାଙ୍କ ହାତରେ ଲାଗିଛି। ସରିଛି ତାଙ୍କ ମେହେନ୍ଦୀ ସେରିମୋନି। ଦୀର୍ଘ ଦିନର ବିଜନେସ୍‌ମ୍ୟାନ୍ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ସେ କରିବେ ନିଜ ଜୀବନ ସାଥୀ। ରାଜସ୍ଥାନ ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ହେବ ତାଙ୍କ ଗ୍ରାଣ୍ଡ ୱେଣ୍ଡିଂ। ଏଥିପାଇଁ ୧ ତରିଖରୁ ଏଠାରେ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି।

ଗତକାଲି ହଂସିକାଙ୍କ ମେହେନ୍ଦୀ ସେରିମୋନି ସରିଛି। ହଂସିକାଙ୍କ ହାତରେ ସୋହେଲଙ୍କ ନାଁର ମେହେନ୍ଦି ଲାଗିଛି। ଏହି ଗ୍ରାଣ୍ଡ ମେହେନ୍ଦୀ ସେରିମୋନିର କିଛି ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେହେନ୍ଦୀ ଭିଡିଓରେ ହଂସିକା ଏବଂ ତାଙ୍କ ଭାବି ସ୍ୱାମୀ ସୋହେଲ ଏକାଠି ନଜର ଆସିଛନ୍ତି। ଉଭୟ ବେଶ୍ ଖୁସି ମୁଡ୍‌ରେ ଥିବା ନଜର ଆସିଛନ୍ତି। ଗୋଟିଏ ଭିଡିଓରେ କପଲ ସୋଫାରେ ବସି ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ଦ୍ୱିତୀୟ ଭିଡିଓରେ ତାଙ୍କ ହାତରେ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଛି।

ହଂସିକା ଏବଂ ସୋହେଲ ଡିସେମ୍ବର ୪ ଅର୍ଥାତ୍ ଆସନ୍ତାକାଲି ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ବିବାହ କରିବେ। ଆଜି ହଂସିକାଙ୍କ ସଙ୍ଗୀତ ସେରେମୋନି ରହିଛି। ହଂସିକା ଓ ସୋହେଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। କିଛି ଦିନ ପୂର୍ବେ ସୋହେଲ ପ୍ୟାରିସ୍‌ର ଏଫିଲ ଟାୱାର୍ ସାମ୍ନାରେ ହଂସିକାଙ୍କୁ ବିବାହ ପାଇଁ ପ୍ରପୋଜ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଫଟୋକୁ ଅଭିନେତ୍ରୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିଲେ। ଏହି ଦମ୍ପତ୍ତି ସିନ୍ଧି ଷ୍ଟାଇଲ୍‌ରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *