ଦୁନିଆର ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ମେହମେଟ୍‌

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ତୁର୍କୀରେ ରହୁଥିବା ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାକ ଦୁନିଆର ସବୁଠୁ ବଡ ନାକ ବୋଲି କୁହାଯାଉଛି। ମେହମେଟ ଓଜୁରେକ ଦୁନିଆର ସବୁଠୁ ବଡ ନାକ ପାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାକର ଲମ୍ବ ପ୍ରାୟ ୩.୫ ଇଞ୍ଚ। ୧୧ ବର୍ଷ ପୂର୍ବେ ଗିନିଜ ୱାର୍ଲ୍ଡ ରେକର୍ଡ ତାଙ୍କୁ ସବୁଠୁ ବଡ଼ ନାକ ଥିବା ବ୍ୟକ୍ତିର ମାନ୍ୟତା ମିଳିଥିଲା। ସୂଚନା ଅନୁଯାୟୀ ବୟସ ସହିତ ତାଙ୍କ ନାକ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଜଣାପଡ଼ିଛି।

ମେହମେଟଙ୍କ ନାକ ସଦୃଶ ଦୁନିଆରେ କୌଣସି ବ୍ୟକ୍ତିଙ୍କ ନାକ ନଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ୍ତ ବ୍ୟକ୍ତିଙ୍କର ଏତେ ବଡ ନାକ ନାହିଁ। ୨୦୧୦ରେ ଜୀବିତ ବ୍ୟକ୍ତିଙ୍କ ମଧ୍ୟରେ ଲମ୍ବା ନାକ ଥିବାରୁ ମେହମେଟକୁ ଆନୁଷ୍ଠାନିକ ଭାବରେ ପୁରସ୍କୃତ କରାଯାଇଥିଲା। ମେହମେଟ କହିଛନ୍ତି ଯେ ତାଙ୍କ ନାକର ଲମ୍ବ ଏବେ ମଧ୍ୟ ବଢୁଛି।

ତେବେ ଇତିହାସରେ ମେହମେଟଙ୍କ ପୂର୍ବରୁ ଅଷ୍ଟାଦଶ ଶତାବ୍ଦୀରେ, ଥୋମାସ୍ ନାମକ ଜଣେ ବ୍ୟକ୍ତିଙ୍କର ୧୯ ସେମି ଲମ୍ବା ନାକ ଥିଲା। ସେ ଜୀବିତ ନଥିବାରୁ ସବୁଠୁ ଲମ୍ବା ନାକ ଥିବା ରେକର୍ଡ ମେହମେଟଙ୍କୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *