ତରଳୁଛି ବରଫ; ବଢୁଛି ବନ୍ୟା ବିପଦ

Top Storise ଦେଶ- ବିଦେଶ

ଲଣ୍ଡନ: ଗ୍ରୀନଲ୍ୟାଣ୍ଡର ୩.୫ ଟ୍ରିଲିୟନ୍ ଟନ୍ ବରଫ ତରଳିଛି। ଏହାଦ୍ବାରା ସମୁଦ୍ର ସ୍ତର ଏକ ସେଣ୍ଟିମିଟର ବୃଦ୍ଧି ପାଇଛି। ଏହାଫଳରେ ବିଶ୍ବବ୍ୟ‌ାପୀ ବନ୍ୟା ବିପଦ ଆଶଙ୍କା ବୃଦ୍ଧି ପାଇଛି ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି।

ଅତି କମରେ ୪୦ ବର୍ଷ ଭିତରେ ବାରମ୍ବାର ବରଫ ତରଳିବା ଘଟଣା ଏବେ ବିପଦକୁ ଆହୁରି ବଢାଇଦେଇଛି।ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଗତ ଚାରି ଦଶନ୍ଧି ମଧ୍ୟରେ ଗ୍ରୀନଲ୍ୟାଣ୍ଡର ତରଳ ଜଳ ପ୍ରବାହ ୨୧ ପ୍ରତିଶତ ବୃଦ୍ଧି ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ୟୁରୋପୀୟ ସ୍ପେସ୍ ଏଜେନ୍ସି ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଦର୍ଶାଇଛି ଯେ ୨୦୧୧ ମସିହାରୁ ବରଫ ସିଟ୍ ୩.୫ ଟ୍ରିଲିୟନ୍ ଟନ୍ ବରଫ ତରଳିଯାଇଛି, ଯାହା ବିଶ୍ୱରେ ସମୁଦ୍ର ସ୍ତର ବୃଦ୍ଧି କରିବା ସହ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ବନ୍ୟା ବିପଦ ମାଡିଆସୁଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ବରଫ ତରଳିବାର ଏକ ପ୍ରମୁଖ କାରଣ ହେଉଛି ବିଶ୍ବ ତାପମାତ୍ରା ବୃଦ୍ଧି।

Leave a Reply

Your email address will not be published. Required fields are marked *