ପୁରୁଷ ହକି ବିଶ୍ୱକପ୍, ପୁଲ ଡିରେ ଭାରତ

Top Storise ରାଜ୍ୟ

ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ ବୋଲି ଆଜିଠାରୁ ଘୋଷଣା ହୋଇଛି । ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ ଆଜି ପୁଲ୍ ଘୋଷଣା କରାଯାଇଛି।

ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ପୁଲ୍-ଡିରେ ଭାରତ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ପୁଲ୍-ଡି ରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ସାମିଲ ହୋଇଛନ୍ତି।

ସେହିଭଳି ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି। ଏବଂ ପୁଲ୍-ସିରେ ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ FIH କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, କି ଇଣ୍ଡିଆ ସଦସ୍ୟ ଜାଫର ଇକବାଲ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଭୃତି ଉପସ୍ଥିତ ଥିଲେ।­ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ କୁ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *