ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମନିକା ବିଶ୍ୱକର୍ମା

ମନୋରଞ୍ଜନ

ରାଜସ୍ଥାନର ଜୟପୁରରେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ । ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ ।

୧୮ ଅଗଷ୍ଟରେ ଜୟପୁରରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଭାରତର ବିଭିନ୍ନ ସ୍ଥାନରୁ ୪୮ ଜଣ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ମନିକା ନିଜ ଆତ୍ମବିଶ୍ୱାସ, ଜ୍ଞାନ ଏବଂ ଆଚରଣ ସମସ୍ତଙ୍କ ଠାରୁ ଭିନ୍ନ ଥିବା ବେଳେ ସମସ୍ତଙ୍କ ମନ ଜିତିଥିଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ ।

ଏହି ପ୍ରତିଯୋଗିତାରେ ୟୁପିର ତାନିୟା ଶର୍ମା, ହରିୟାଣାର ମେହକ ଢିଙ୍ଗ୍ରା ପ୍ରଥମ ଓ ଦ୍ବିତୀୟ ରନରଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତା ଜିତିବା ପରେ ଥାଇଲାଣ୍ଡରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବେ ମନିକା ବିଶ୍ବକର୍ମା।

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିବା ପୂର୍ବରୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ରାଜସ୍ଥାନ ୨୦୨୪ର ମୁକୁଟ ପିନ୍ଧିଥିଲେ । ଏହା ପରେ, ସେ ଦିଲ୍ଲୀରେ ମଡେଲିଂରେ ଏଣ୍ଟ୍ରି କରିଥିଲେ ।

ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ। ସେ ଲଳିତ କଳା ଏକାଡେମୀ ଏବଂ ଜେ.ଜେ ସ୍କୁଲ ଅଫ୍‍ ଆର୍ଟସ୍‍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେବଳ ସେତିନି ନୁହେଁ ସେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ପଦକ୍ଷେପରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।

Leave a Reply

Your email address will not be published. Required fields are marked *