ମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

Top Storise ମନୋରଞ୍ଜନ ରାଜ୍ୟ

ବ୍ୟୁରୋ : ଓଡିଶା ବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୩ । ଆସନ୍ତା ମେ ୬ ରେ ଏହାର ତୃତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ‘ମଲ୍‌’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମଲ’ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ କହିଛନ୍ତି ଯେ ଲୁକ୍କାୟିତ ଅବସ୍ଥାରେ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ ।

ଚଳିତ ବର୍ଷ ତିନୋଟି ବର୍ଗ ରଖାଯାଇଛି । ମିଷ୍ଟର ଏବଂ ମିସ୍ ଜୁନିୟର୍‌, ମିଷ୍ଟର ଏବଂ ମିସ୍ ସିନିୟର୍ ଏବଂ ବରିଷ୍ଠ ନାଗରିକ । ମିଷ୍ଟର ଏବଂ ମିସ୍ ଜୁନିୟର ଉତ୍କଳ ପାଇଁ ବୟସ ସୀମା ୬ ରୁ ୧୪ ଏବଂ ମିଷ୍ଟର ଏବଂ ମିସ୍ ଉତ୍କଳ ସିନିୟର୍ ଲାଗି ବୟସ ସୀମା ୧୮ରୁ ୨୭ ପର୍ଯ୍ୟନ୍ତ ରଖାଯାଇଛି ।

ସେହିପରି ବରିଷ୍ଠ ନାଗରିକଙ୍କୁ ଏହି ଫ୍ୟାସନ ସୋ ରେ ସାମିଲ କରାଯାଇଛି । ଯାହା ମୁଖ୍ୟ ଆକର୍ଷଣ ସାଜିବ। ୨୯ ତାରିଖରେ ସିନିୟର ଏବଂ ୩୦ରେ ଜୁନିୟର ବର୍ଗଙ୍କ ପାଇଁ ଅଡ଼ିଶନ୍ କରାଯିବ । ମୋଟ ୫୬ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ଚୟନ କରାଯିବ । ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ବରିଷ୍ଠ ନାଗରିକ ବର୍ଗରେ ୧୪ ଓ ଜୁନିୟରରେ ୧୪ ଜଣ ଲେଖାଏଁ ଚୟନ ହେବେ । ଫାଇନାଲରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବିଜେତାଙ୍କୁ ନଗଦ ଅର୍ଥ ରାଶି, ଟ୍ରଫି ପ୍ରଦାନ କରାଯିବା ସହ ମଲ୍ ପାଇଁ କଣ୍ଟ୍ରାକ୍ଟରେ ରହିବେ ।

ସେହିପରି ଉପବିଜେତାଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ । ଏଥିପାଇଁ କୌଣସି ପ୍ରବେଶ ଦେୟ ରଖାଯାଇ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଓଡିଶୀ ନୃତ୍ୟଗୁରୁ ଶାଶ୍ବତ ଯୋଶୀ, ଓଲିଉଡ଼୍ ଅଭିନେତ୍ରୀ ସୁବାଙ୍ଗି ଜାନା, ଫ୍ୟାସନ କୋର୍ରିଓଗ୍ରାଫର ପ୍ରଶାନ୍ତ ଦାସ, ସୁଶୃୁତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ, ଆଶୁତୋଷ ଫଟୋଗ୍ରାଫି’ର ଆଶୁତୋଷ ସାହୁ ଏବଂ ଉତ୍କଳକନିକା ଗ୍ୟାଲେରୀଆ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *