ବସ୍‌ରେ ଯାତ୍ରା କରୁଥିବା ବେଳେ ମୋବାଇଲ୍‌ ସ୍ପିକର୍‌ରେ ଗୀତ ଶୁଣିବା ମନା

Top Storise ଦେଶ- ବିଦେଶ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ୍‌ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନଙ୍କୁ ମୋବାଇଲ୍ ସ୍ପିକରରେ ଗୀତ ବଜାଇବାକୁ ବାରଣ କରାଯାଇଛି।

କର୍ଣ୍ଣାଟକ ହାଇକୋର୍ଟ ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଧାର କରି ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। “ବସ୍ ଭିତରେ ଶବ୍ଦ ବିଭ୍ରାଟ” ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ହାଇ ଭଲ୍ୟୁମରେ ଗୀତ ଏବଂ ଭିଡିଓ ବଜାଇବା ଅନୁଚିତ। ଏଥିପାଇଁ ମୋବାଇଲ୍ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି କୁହାଯାଇଛି।

ଏହାକୁ ବିଚାରକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ ବସ୍‌ରେ ଥିବା ଅଧିକାରୀମାନେ ଲୋକଙ୍କୁ ଉଚ୍ଚ ଭଲ୍ୟୁମରେ ଗୀତ ନ ବଜାଇବାକୁ ଅନୁରୋଧ କରିବା ଉଚିତ କାରଣ ଏହା ଅନ୍ୟ ସେଠାରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ଯାତ୍ରୀ ନିୟମ ଉଲ୍ଲଘଂନ କରନ୍ତି ତେବେ ଅଧିକାରୀମାନେ ଯାତ୍ରୀଙ୍କୁ ବସ୍‌ରୁ ବାହାର କରିପାରିବେ।

Leave a Reply

Your email address will not be published. Required fields are marked *