ଦିଲ୍ଲୀରେ ବସି ୟୁରୋପରେ କାର୍‌ ଚଳାଇଲେ ମୋଦି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବସି ୟୁରୋପ୍‌ରେ କଲେ କାର୍‌ ଡ୍ରାଇଭ୍‌। ନିଜେ 5G ସେବାର ମଜା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି 5G ସେବାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ୍‌ରେ ଏକ କାର୍‌ର ଟେଷ୍ଟ ଡ୍ରାଇଭ୍‌ କରିଛନ୍ତି। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ବସି ମୋଦି 5G ଟେକ୍‌ନିକ୍‌ ଜରିଆରେ ୟୁରୋପ୍‌ରେ କାର୍‌ ଚଳାଇବାର ମଜା ନେଇଛନ୍ତି।

ମୋଦିଙ୍କ ଏହି କାର୍‌ ଟେଷ୍ଟ୍ ଡ୍ରାଇଭ୍‌ର ଫଟୋକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍‌ ଟ୍ୱିଟର୍‌ରେ ଶେଆର କରିଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, ‘ପୂରା ବିଶ୍ୱକୁ ଚଳାଉଛି ଭାରତ’। ଏଥିରୁ ସ୍ପଷ୍ଟ ଯେ, 5G ଟେକ୍ନୋଲଜୀ ଜରିଆରେ ଭାରତ ବାହାର ଥିବା କାର୍‌କୁ ମଧ୍ୟ ରିମୋଟ୍‌ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ।

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 5G ସେବାର ଶୁଭ ଉଦଘାଟନ କରିଛନ୍ତି। ଅତ୍ୟାଧୁନିକ ଟେଲିକମ୍ ସର୍ଭିସ ସହ ଭାରତ ମଧ୍ୟ ସେହି ଦେଶ ତାଲିକାରେ ଯୋଡି ହୋଇଛି, ଯେଉଁଠି 5G ସେବା ଉପଲବ୍ଧ ହେଉଥିଲା। ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ସହରରେ ଏହି 5G ସେବାର ଆରମ୍ଭ ହୋଇଛି।

ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍‌ସ୍‌ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ‘୫ଜି’ ସେବା ପ୍ରଚଳନ ଫଳରେ ସମାଜ ଓ ଅର୍ଥନୀତିରେ ପରିବର୍ତ୍ତନ ଘଟିବ। ଏହାଦ୍ୱାରା, ଇଣ୍ଟର୍‌ନେଟ୍‌ ସେବା ଅତ୍ୟନ୍ତ କ୍ଷିପ୍ର ହେବା ସହ ନୂତନ ଆର୍ଥିକ ସୁଯୋଗ ଓ ସାମାଜିକ ସୁବିଧା ବା ଲାଭ ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *