ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।
ସରକାରୀ ସୂତ୍ର ଅନୁଯାୟୀ ସମସ୍ତ ରାଜ୍ୟ ତଥା ଅନ୍ୟ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ସୂଚନା ଦିଆଯିବ।
ଏହି ବୈଠକରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ଆୟୋଜନ କରାଯାଇପାରିବ ଏବଂ ପରୀକ୍ଷା ବାତିଲ୍ କରି କିପରି ଛାତ୍ରଛାତ୍ରୀଙ୍କ ପ୍ରମୋସନ୍ କରାଯିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର।