ବ୍ରହ୍ମପୁରରେ ଟଙ୍କା ଗାଡି ଅପହରଣ, ୨୪ ଲକ୍ଷ ଟଙ୍କା ଲୁଟ୍

Top Storise ଅପରାଧ ରାଜ୍ୟ

ବ୍ରହ୍ମପୁର : ବ୍ରହ୍ମପୁରରେ ଡ୍ରାଇଭରକୁ ନିଶା ନେଇ ଟଙ୍କା ଭର୍ତ୍ତି ଗାଡି ନେଇଗଲେ ଲୁଟେରା । ବଡବଜାର ଥାନା ନିକଟସ୍ଥ ଏଟିଏମରେ ଟଙ୍କା ଭର୍ତ୍ତି ସମୟରେ ଗାଡି ଧରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗାଡିକୁ ପୋଲିସ ଠାବ କରିଥିବା ବେଳେ, ଗାଡିରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।

ଆଜି ଏଟିଏମରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥା ଯାଇଥିଲା । ଗାଡିରେ ୨୬ ଲକ୍ଷ ଟଙ୍କା ଥିଲା । ଡ୍ରାଇଭର ସହ ସିକ୍ୟୁରିଟି ଗାର୍ଡ ଓ ବ୍ୟାଙ୍କ କର୍ମଚାରୀ ସାଙ୍ଗରେ ଥିଲେ । ତେବେ ଏକ ଏଟିଏମରେ ୨ ଲକ୍ଷ ଟଙ୍କା ଭରିବାକୁ ବ୍ୟାଙକ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଯାଇଥିବା ବେଳେ, ଡ୍ରାଇଭରକୁ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଗାଡି ନେଇଥିଲେ ଲୁଟେରା । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ବ୍ୟାଙ୍କ କର୍ମଚାରୀ । ପୋଲିସ ଖୋଜା ଖୋଜି କରିବା ପରେ ଗାଡିକୁ ଗୋଳନ୍ଥରା ନିକଟରୁ ଜବତ କରିଛି । ହେଲେ ଗାଡିରୁ ୨୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଲୁଟେରା ।

ଗାଡିରୁ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଛି ପୋଲିସ । ବଡବଜାର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *