ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

Top Storise ରାଜ୍ୟ

ବରଗଡ଼: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ରେଙ୍ଗାଳି ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମରେ ଥିବା ସ୍କଲରେ। ପିଲାମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ବ୍ରାହ୍ମଣଡିହି ଗାଁରେ ରହିଛି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ। ଆଜି ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଭାତ, ଡ଼ାଲି ଓ ସୋୟାବିନ୍‌ ତରକାରୀ ଖାଇବାକୁ ଦିଆଯାଇଥିଲା। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ପେଟ କାଟିଥିଲା। ତା’ପରେ ବାନ୍ତି କରି କିଛି ପିଲା ଚେତା ହରାଇ ତଳେ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ୫୦ରୁ ଅଧିକ ଛାତ୍ରଛାତ୍ରୀ ଏକ ସଙ୍ଗେ ଗୁରୁତର ହୋଇପଡ଼ିଥିଲେ।

ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ସୋହେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପିଲାମାନେ ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ଅନୁମାନ କରାଯାଉଛି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *