ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

Top Storise ରାଜ୍ୟ

ବାଲିପାଟଣା : ରାସ୍ତା ମଝିରେ ହଟହଟା ହେଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବା ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଆଗକୁ ଆସି ଛାତ୍ର କଂଗ୍ରେସର କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ପେଟ୍ରୋଲ ଡିଜେଲ ଏବଂ ଗ୍ୟାସ ଦର ବୃଦ୍ଧିକୁ ନେଇ ସାଂସଦ ଅପରାଜିତାଙ୍କୁ ଅଣ୍ଡାମାଡ କରାଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *