ରାକ୍ଷସ ପାଲଟିଲା ସ୍ବାମୀ: ସ୍ତ୍ରୀ ପାଟିରେ ପୁରେଇଦେଲା ଗରମ ଛୁରୀ

ଅପରାଧ

ଯୌତୁକ ଯୋଗୁଁ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ବାମୀ ମାଡ ମାରିବା ସହ ଏକ ତତଲା ଛୁରୀକୁ ପାଟି ଭିତରେ ପୂରାଇ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ।

ଅଧିକ ଯୌତୁକ ପାଇଁ ଦାବି କରୁଥିଲେ

ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଖୁସବୁ ନାମକ ଜଣେ ମହିଳା ବଡବାନୀ ଜିଲ୍ଲାର ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା। କିନ୍ତୁ ବାହାଘର ପରେ ଦିଲ୍ଲୀପ ଖୁସବୁକୁ ପସନ୍ଦ କରୁନଥିଲେ ଓ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ଖୁସବୁକୁ ଛାଡି ଦେବାକୁ ଧମକ ଦେଇଥିଲେ। ଯୌତୁକ ଦାବିରେ ପ୍ରତିଦିନ ତାଙ୍କୁ ମାରପିଟ କରୁଥିଲେ।

ପାଟିରେ ପୁରେଇଲା ଗରମ ଛୁରୀ

ଖୁସବୁଙ୍କ ଅଭିଯୋଗ ଅନୁସାରେ, ରବିବାର ରାତିରେ ଦିଲ୍ଲୀପ ନିଶାଗ୍ରସ୍ତ ଅବସ୍ଥାରେ ପ୍ରଥମେ ତାଙ୍କୁ ବାଡିରେ ପିଟିଥିଲେ ଏବଂ ତା’ପରେ ରୋଷେଇ ଘରକୁ ଟାଣି ନେଇଥିଲେ। ଏହା ପରେ ସେ ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ମୁଣ୍ଡରେ ବନ୍ଧୁକ ଭଳି କିଛି ଜିନିଷ ରଖି ଶରୀରର ଅନେକ ସ୍ଥାନରେ ଗରମ ଛୁରୀରେ ତାଙ୍କୁ ଚେଙ୍କ ଦେଇଥିଲେ। ତେଣୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାରୁ ତାଙ୍କ ପାଟିରେ ଏକ ଗରମ ଛୁରୀ ପୁରାଇ ଦେଇଥିଲେ। କିନ୍ତୁ କୌଣସିମତେ ସେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲେ।

କଠୋର କାର୍ଯ୍ୟାନୁଷ୍ଠାନ ଦାବି

ସୋମବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଖୁସବୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ଜଣେ ସଫେଇ କର୍ମଚାରୀଙ୍କଠାରୁ ମୋବାଇଲ୍ ନେଇ ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ। ତା’ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ପୀଡିତାଙ୍କ ପରିବାର ଏହି ନିର୍ମମ ଭାବେ ନିର୍ଯାତନା ଦେଉଥିବାରୁ ସ୍ୱାମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *