ମୁରୁସୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କ୍ରୀଡ଼ା ଦେଶ ରାଜ୍ୟ

କେନ୍ଦୁଝର: ମୁରୁସୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଖଗେଶ୍ବର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥିଭାବେ ପାଟଣା ଗୋଷ୍ଠୀ ଶିକ୍ଷାଧୂକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନୁ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଖେଳ ଶିକ୍ଷକ ରବୀନ୍ଦ୍ର ସାହୁ, ସମ୍ମାନିତ ଅତିଥ୍‌ଭାବେ ସହ – ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ରାୟ, ଅଧ୍ୟାପକ ପଦ୍ମଲୋଚନ ସାହୁ, ଅବସର ପ୍ରାପ୍ତି ସହ -ଶିକ୍ଷାଧୂକାରୀ ଶିକ୍ଷକ ଜ୍ଞାନେନ୍ଦ୍ର କୁମାର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପାର୍ଶୁରାମ ମହାନ୍ତି, ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଡମ୍ବରୁଧର ମହାନ୍ତି, ମୁରୁସୁଆଁ ସରପଞ୍ଚ ହରିଶଙ୍କର ଦେହୁରୀ, ସମିତି ସଭ୍ୟ ସୁଶୀଲ କୁମାର ସାହୁ, ସି.ଆର.ସି.ସି ଜ୍ୟୋତିରଞ୍ଜନ ସେଠୀ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ପରମେଶ୍ବର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଟଙ୍କଧର ସେଠୀ ଏବଂ ରଶ୍ମି ପ୍ରଭା ପାତ୍ରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥ୍‌ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ବିଶ୍ବଜିତ ନାୟକ, ତୁଷାର କୁମାର ଦେହୁରୀ, ସଞ୍ଜୟ କୁମାର ଦେହୁରୀ, ସଂଘମିତ୍ରା ସେଠୀ, ଚିନ୍ମୟୀ ଜେନା, ବିଶ୍ବାସୁନ୍ଦର ସାହୁ,ରଞ୍ଜନ ସାହୁ, ରାଜକିଶୋର ସାହୁ ଓ ସରସ୍ବତୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସ‌ହକାରୀ ଶିକ୍ଷକ ଅନିରୁଦ୍ଧ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *