ହାତୀକୁ କାବୁ କରିବାକୁ ନାକେଦମ ବନ ବିଭାଗ, ୫ ଅଧିକାରୀ ଆହତ

Top Storise ରାଜ୍ୟ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଦନ୍ତା ରାମୁ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି । ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଏହା ପରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି ।

ଟାଙ୍ଗୀ ରେଂଜ ଅଂଚଳରେ ଥିବା ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ୩୦ ଜଣ ଯାଇଥିଲେ । ପ୍ରଥମ ଦିନରେ ମଧ୍ୟ ବନ ବିଭାଗ ଟିମ୍ ଫେଲ୍ ମାରିଥିଲା । ୪ ଦିନ ଧରି ବନ ବିଭାଗ ସହ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ନନ୍ଦନକାନନ ଏବଂ ଓୟୁଏଟି ଟିମ୍ ରାମୁକୁ ଦୁଇ ଥର ଟ୍ରାଙ୍କୁଲାଇଜର ମାଡ କରିଥିଲେ ।

ହେଲେ ସେ ଘଂଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ରାମୁ ଏବେ ଭରତପୁର ଛାଡି ଖୋର୍ଦ୍ଧା ଓ ଟାଙ୍ଗୀ ଅଂଚଳରେ ରହିଛି ।

ଖୋର୍ଦ୍ଧା ବନଖଣ୍ଡ ଓ ଟାଙ୍ଗି ବନଖଣ୍ଡ ଅଞ୍ଚଳରେ ପ୍ରାୟ ୨୮ରୁ ୩୦ ହାତୀ ମାତିଛନ୍ତି। ଏଥିଯୋଗୁ ଧନଜୀବନ ହାନୀ ହେଉଥିବା ବେଳେ ଜନ ଅସନ୍ତୋଷ ଦେଖାଦେଉଛି। ଏପରି ସ୍ଥିତିରେ ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରି ତାଙ୍କ ଶରୀରରେ ଜିପିଏସ୍‌ ସିଷ୍ଟମ ଖଞ୍ଜିବାକୁ ବାଙ୍ଗାଲୋରରୁ ଏକ ଟିମ୍‌ ଆସି ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *