ମାଲକାନଗିରି ଏସିଙ୍କ ବଦଳିରେ ନାଖୁସ୍ ସ୍ୱାଭିମାନ ଅଞ୍ଚଳବାସୀ

Top Storise ରାଜ୍ୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ ବଦଳି ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯାହାକୁ ଅଞ୍ଚଳବାସୀ ବିରୋଧ କରିବା ସହ ଏସପିଙ୍କ ସପକ୍ଷରେ ଆଗକୁ ଆସିଛନ୍ତି ।

ମାଲକାନଗିରି ଏସପି ରିଷିକେଶ ଖିଲାରୀଙ୍କୁ ମୟୁରଭଞ୍ଜ ବଦଳି କରିବା ଖବର ଶୁଣିବା ପରେ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଗ୍ରାମବାସୀ ଏହାକୁ ବିରୋଧ କରି ଏହି ପ୍ରଜାମେଳି କରିଥିବା ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଲୋକଙ୍କ ସହ ମିଶି ଏସପି କାମ କରିବା ସହ ବିଏସଏଫ କ୍ୟାମ୍ପ ସ୍ଥାପନ କରି ଉନ୍ନୟନ କାମକୁ ଆଗକୁ ବଢ଼ାଇ ନେଇଥିଲେ ।

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ସହ ଉନ୍ନୟନମୂଳ କାମରେ ଏସପି ସର୍ବଦା କାର୍ଯ୍ୟରତ ଥିଲେ ବୋଲି ଲୋକ କହିଛନ୍ତି । ତାଙ୍କ ବଦଳିକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ବହୁ ସଂଖ୍ୟାରେ ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ଏକାଠି ବଦଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *